ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରସ୍ଥ ରାଷ୍ଟ୍ରପତିଙ୍କ ୨ ନମ୍ବର ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ରାସ୍ତାଜାମ୍

ମୟୂରଭଞ୍ଜ -୨୭/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ଓ୍ବାର୍ଡ ବାଇଦାପୋଷୀରେ ଦିର୍ଘ ୩ ମାସରୁ ଉର୍ଦ୍ଧ୍ବ ପାନୀୟ ଜଳ ସଂକଟ ଦେଖା ଦେଇଛି । ଜନସ୍ବାସ୍ଥ୍ୟ ବିଭାଗ ଏବଂ ଜନ ପ୍ରତିନିଧିଙ୍କୁ ବାରମ୍ବାର ମୌଖିକରେ ଜଣାଇଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆଜି ଵାଇଦାପୋଷୀ ଗ୍ରାମର ଡୁଙ୍ଗରିସାହି ,କଲୋନିସାହି ବେହେରା ସାହି ରାଷ୍ଟ୍ରପତିଙ୍କ ଘର ପାଖାପାଖି ଜାତୀୟ ରାଜପଥ ୨୨୦ ନମ୍ବର ରେ ଗରା କଳଶ ଧରି ଆବାଳ ବୃଦ୍ଧ ବନିତା ଆଜି ଶୁକ୍ରବାର ଭୋର ସକାଳ ୭ ଠାରୁ ୧୦ ଟା ପର୍ଯ୍ୟନ୍ତ ରାସ୍ତାଜାମ୍ କରିଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ୨ ନମ୍ବର ଓ୍ବାର୍ଡର କାଉନସିଲର ସୁକଦେବ ବେହେରା,ଯୁବ ସମାଜସେବୀ ପଞ୍ଚୁ ଲୋହାର ,ବାବୁ ଜ୍ୟୋତିଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କଲାପରେ ଏବଂ ଶିଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲାପରେ ଲୋକେ ରାସ୍ତାରୁ ହଟିଲେ ।ରାସ୍ତାକାମ ପାଇଁ ବିଶେଷତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ବହୁ ଅସୁବିଧାରରେ ସମ୍ମୁଖୀନ ସୋଇଥିଲେ ।ବହୁ ସଂଖ୍ୟାରେ ଗାଡ଼ି ରାସ୍ତାରେ ଛିଡ଼ା ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜାତୀୟ କନ୍ୟା ସନ୍ତାନ ଦିବସ  ପାଳିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲ୍ୟୁ.ଜେ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

Leave a Comment

error: Content is protected !!