ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚ ର ସ୍ଥାନୀୟ ସମସ୍ୟା ନେଇ ବୈଠକ 

ସଚେତନ ନାଗରିକ ମଞ୍ଚ ର ସ୍ଥାନୀୟ ସମସ୍ୟା ନେଇ ବୈଠକ 

ରାଉରକେଲା : ସହରର ବିଭିନ୍ନ ସମସ୍ୟା ନେଇ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ବୈଠକ ହୋଟେଲ ସୋଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଂଚ ର ବରିଷ୍ଠ ସଦସ୍ୟ ମାନେ ଯୋଗଦେଇ ସହରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ମଧ୍ୟରେ ବନ୍ଧମୁଣ୍ଡା କୁକୁଡ଼ା ଗେଟ୍ ନିକଟରେ ରେଲୱେ ଓଭରବ୍ରିଜ ର ପୂର୍ଣ୍ଣାଙ୍ଗ କରଣ ଓ ଏଥିରେ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ, ବିସ୍ଥାପିତ ସମସ୍ୟା,ସହରର ବିମାନ ସେବାକୁ ଉନ୍ନତିକରଣ, ଆଇନ ଶୃଙ୍ଖଳା ପରିସ୍ଥିତି, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା , ବିପିୟୁଟି କୁ ପୂର୍ଣ୍ଣକ୍ଷମ ଓ ସମସ୍ତ କାର୍ଯ୍ୟକ୍ରମ ରାଉରକେଲା ରେ କରାଯିବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ସହ ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଭେଟ କରି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇ ଏହାର ସମାଧାନ କରିବା ପାଇଁ ସଭାପତି ଇଂ ବିଶି ଓ ସାଧାରଣ ସମ୍ପାଦକ ଶ୍ରୀ ରାୟଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସାହୁ, ସସ୍ମିତା ପ୍ରଧାନ, ଆଦିବାସୀ ନେତା ରାମ ସାହୁ, ଶ୍ରୀ ମୁର୍ମୁ, ଶ୍ରୀ ବାନାର୍ଜୀ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

masiha

କୌଶଳୀ କୁଇନ ମୀରା ବାଇ ପାଣିଗ୍ରାହୀ ସମ୍ମାନିତ

Sunil Chandra Nayak

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଘାଟିତ

masiha

Leave a Comment

error: Content is protected !!