ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

ରାଉରକେଲା: ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ଦ୍ବିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ପ୍ରଥମ ଦିବସରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନା ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ମୁଖ୍ୟଅତିଥି ଓ ଭୁବନେଶ୍ୱରର ଏକାମ୍ର ର ବିଧାୟକ ବାବୁ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଉତ୍କଳୀୟ ପରମ୍ପରା,ନୈ।ବାଣିଜ୍ୟ, ଓଡ଼ିଶା ଆର୍ଥିକ ଅଭିବୃଦ୍ଧି ର କାରଣ ଓ ସେଥିରେ ରାଉରକେଲା ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଚୀନ ର ପରିବ୍ରାଜକ ହୁଏନଂସା ଙ୍କ ଟିପ୍ପଣୀ ଓ ବୋଇତ ବନ୍ଦାଣ ର ଐତିହ୍ୟ ଉପରେ ବ୍ୟାପକ ଭାବେ ଆଲୋଚନା କରି ଅନୁଷ୍ଠାନର ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ସେହିପରି ସମ୍ବର୍ଦ୍ଧନା ଉତ୍ସବରେ ସହରର ଗୈାରବ ଆକାଶ ସୁନା, ସାମ୍ବାଦିକ ଜିତେନ୍ଦ୍ର କୁମାର ମିଶ୍ର, ଡାକ୍ତର ସ୍ବୟଂସ୍ତୁତି ପଟ୍ଟନାୟକ, ସମାଜସେବୀ ଗୈାତମ ବଡା, କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସମ୍ପାଦକ ପ୍ରଦୀପ କୁମାର ଦାସ ଙ୍କୁ ମୋମୋଣ୍ଟୋ, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୋନାଲିସା ସାହୁ ଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ,ନାଭ୍ୟା, ତେଜସ୍ବିନୀ, ବିକାଶ ପ୍ରମୁଖ ପୁରାତନ ଓ ନୂତନ ଓଡ଼ିଆ ସଂଗୀତ ପରିବେଷଣ କରି ଦର୍ଶକମାନଙ୍କ ମନୋରଂଜନର ଖୋରାକ ଯୋଗାଇଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଟପୋଷକ କୁନବିହାରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଅଧ୍ୟକ୍ଷ ସୁନୀଲ କାୟଲ ସ୍ବାଗତ ଭାଷଣ ଓ ସଭାପତି ରଶ୍ମିତ ସାହାଣୀ ସଭାପତିତ୍ବ ଅଭିଭାଷଣ ଓ ସମ୍ପାଦକ ଶ୍ରୀ ଜେନା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଜ୍ୟୋସ୍ନାରାଣୀ ସାହୁ, ମୋନାଲିସା ଗୈାଡ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମୀନତି ଦେବତା, ବିଶ୍ବରଞ୍ଜନ ବେହୁରିଆ, ଆଦିତ୍ୟ ବାରିକ, ସନ୍ତୋଷ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।ଉପଦେଷ୍ଟା ସର୍ବଶ୍ରୀ ଦେବେନ୍ଦ୍ରନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ଗୋପିନାଥ ପଟ୍ଟନାୟକ, ମୀନତି ଦେବତା, ଅତୁଲ୍ୟ ଦେବତା ,ସରୋଜ ପ୍ରଧାନ, ଦୁର୍ଗା ଚରଣ ଜେନା, ଜୟନ୍ତ ମହାରଣା, ଆକାଶ ଜେନା, ରଞ୍ଜନ ବାରିକ, ସଞ୍ଜୟ କୁମାର ପ୍ରଧାନ, ମିହିର ମାଝୀ,ଜଗତ ସାହୁ, ଗିରିଜା ଶଙ୍କର ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପପୁ ଛତ୍ରିଆ,ବଣ୍ଟି ସିଂ,ଅରୁ ମହାପାତ୍ର, ଲିଙ୍ଗରାଜ କୁମ୍ଭାର, ପୁର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ବସନ୍ତ ସ୍ବାଇଁ , ସୁଶାନ୍ତ ମହାନ୍ତି, ଗଣେଶ ରାଉତ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

ରାଇରଙ୍ଗପୁରରେ ଓଡ଼ିଶା କୁଡୁମି ସେନା ତରଫରୁ କଳା ଦିବସ ପାଳିତ 

masiha

Hindalco’s Baphlimali becomes India’s first bauxite mine to secure ASI certification

Sunil Chandra Nayak

Leave a Comment

error: Content is protected !!