ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୨ତମ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ 

୩୨ତମ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ 

ଦେବଗିରିରେ ଚାଲିଲା ଗୋସିଙ୍ଗ ଦୈତ୍ୟଙ୍କ ରାଜୁତି

ନର୍ଲା,୧୪।୧୧: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହାସହ ଆରମ୍ଭ ହୋଇଛି ଗୋସିଙ୍ଗ ଦୈତ୍ୟ ଦରବାର। ବଲାଙ୍ଗୀର ଜିଲ୍ଲା ବିଜେପୁରର ସମାଜସେବୀ ଭେଷମତି ବଗର୍ତ୍ତୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ ଅତିଥି ଭାବେ ଯୁବ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ସମାଜସେବୀ ରତନ କୁମାର ଅଗ୍ରୱାଲ, ଶିକ୍ଷାବିତ ଗୁଣନିଧି ଧଙ୍ଗଡାମାଝୀ, ସାମ୍ବାଦିକ ଅଲତାଫ ଅଲ୍ଲୀ ଖାଁଙ୍କ ସମେତ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅଶ୍ବିନୀ କୁମାର ଭୋଇଙ୍କୁ ‘ଦେବଗିରି ସମାଜସେବା ସମ୍ମାନ’, ତେଜନ ଦୁର୍ଗାଙ୍କୁ ‘ଦେବଗିରି କ୍ରୀଡ଼ା ସମ୍ମାନ’, ଲୋକନାଥ ସାଙ୍କୁ ‘ଦେବଗିରି ଲୋକକଳା ସମ୍ମାନ’, ସୁଶାନ୍ତ ମିଶ୍ରଙ୍କୁ ‘ଦେବଗିରି କଳା ସମ୍ମାନ’, ସାମ୍ବାଦିକ ଦୀପକ ଠାକୁର, ତ୍ରିଲୋଚନ ଗଉଡ ଓ ହିରଣ୍ୟ ବେହେରାଙ୍କୁ ‘ଦେବଗିରି ବାର୍ତ୍ତା ସମ୍ମାନ’ ପ୍ରଦାନ କରାଯାଇଥିଲା। ଦେବଗିରି ବୁଢ଼ୀପଦରରେ ଚାଲିଛି ସମ୍ରାଟ ଗୋସିଙ୍ଗ ଦୈତ୍ୟଙ୍କ ରାଜୁତି। ଗୋସିଙ୍ଗ ଦୈତ୍ୟ ଦରବାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗୀନ ହୋଇ ଉଠୁଛି। ବିଶିଷ୍ଟ କଳାକାର ବିଜୟ କୁମାର ଧଙ୍ଗଡ଼ାମାଝୀ ଗୋସିଙ୍ଗ ଦୈତ୍ୟ ଭୁମିକାରେ ଅଭିନୟ କରୁଛନ୍ତି। ପ୍ରଥମ ରଜନୀରେ ପାରମ୍ପରିକ ଗଣା ବଜା, ଘଣ୍ଟ ବାଦ୍ୟ, ମା’ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଶାନ୍ତପୁରର ସାମାଜିକ ନାଟକ ‘କଙ୍କାଳ ଖେଳିବ ରକ୍ତର ହୋରି’ ପରିବେଷିତ ହୋଇଥିଲା। କେନ୍ଦ୍ର ସାହିତ୍ୟ ଏକାଦେମୀ ଯୁବ ପୁରସ୍କାରପ୍ରାପ୍ତ ଲେଖକ ଡିଲେଶ୍ବର ରଣା ମଞ୍ଚ ସଂଚାଳନ କରିଥିବାବେଳେ ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ତିନି ଦିନ ଧରି ଚାଲିବ ବୋଲି ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମଥାନୀ ନିକଟରେ ବାଇକରୁ ଖସିପଡି ଚାଳକ ଆହତ :ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆଲୋଚନା

Sunil Chandra Nayak

Leave a Comment

error: Content is protected !!