ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଦାବରୀଶ ସାଂସ୍କୃତିକ କଳା ପରିଷଦ ର ବୋଇତ ବନ୍ଦାଣ ଉତ୍ସବ 

ଗୋଦାବରୀଶ ସାଂସ୍କୃତିକ କଳା ପରିଷଦ ର ବୋଇତ ବନ୍ଦାଣ ଉତ୍ସବ 

ରାଉରକେଲା: ସେକ୍ଟର ୧୫ ସ୍ଥିତ ଗୋଦାବରୀଶ ସାଂସ୍କୃତିକ କଳା ପରିଷଦ ତରଫରୁ କମ୍ୟୁନିଟି ସେଣ୍ଟର୍ ଠାରେ ତୃତୀୟ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ଗୋପାଳ ସ୍ବାଇଁ ଙ୍କ ଆବାହକତ୍ଵ ଓ ଉପଦେଷ୍ଟା ସୁଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ସେକ୍ଟର ୧୫ଥାନା ର ସବଇନ୍ସପେକ୍ଟର ସୁନୀଲ କୁମାର ଦାସ, କବୟିତ୍ରୀ ସସ୍ମିତା ପ୍ରଧାନ, ଶିକ୍ଷାବିତ ହେମନ୍ତ ବିଶ୍ବାଳ ଓ ପ୍ରଶାନ୍ତ ନାୟକ,ବରିଷ୍ଠ ନାଗରିକ ବିପ୍ରଚରଣ ପରିଡ଼ା, ସମାଜସେବୀ ଗୈାରାଙ୍ଗ ଚରଣ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳୀୟ ପରମ୍ପରା ଓ ବୋଇତ ବନ୍ଦାଣ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଆ କା ମା ବୈ ର ମାହାତ୍ମ୍ୟ, ସାଧବପୁଅ ଙ୍କ ନୈ।ବାଣିଜ୍ୟ ଓ ଉତ୍କଳର ଅଭିବୃଦ୍ଧିରେ ବାଣିଜ୍ୟ ର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅତିଥି ମାନେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସଭା ପରେ ଷ୍ଟାର ମ୍ୟୁଜିକାଲ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସର୍ବଶ୍ରୀ ମଙ୍ଗୁଳୁ ମହାରଣା, ମନୋଜ ନାୟକ,ଚଗୁଲୁ ଦାସ, ବିଷ୍ଣୁ ବିଶୋଇ ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଂଯୋଜକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁନ୍ଦର ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନରେ କଳାକାରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି : ମହାସଂଘ 

masiha

ରେଲୱେ ସମସ୍ୟା ଉପରେ ରାଜ୍ୟସଭା ସାଂସଦ ଙ୍କ ଦାବୀ ପ୍ରସଙ୍ଗ – କାର୍ଯ୍ୟକାରିତା ରିପୋର୍ଟ ଦେଲେ ପୂର୍ବତଟ ରେଳ ମହାପ୍ରବନ୍ଧକ

Sunil Chandra Nayak

ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତିର ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!