ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନ ଧରି ତାଳଗାଁ ରେ ଛଉ ନୃତ୍ୟ… ଛଉ ନୃତ୍ୟକୁ ଜୀବିତ ରଖିବାକୁ ଆହ୍ବାନ ଦେଲେ ବରିଷ୍ଠ ସମାଜସେବୀ ବ୍ୟକ୍ତି

ମୟୂରଭଞ୍ଜ;୧୭/୦୪/୨୦୨୩ (ମସିହା)ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବିଶ୍ବନାଥ ଛଉ ନାଚ ପ୍ରତିଷ୍ଠାନ ତାଳଗାଁ ତରଫରୁ ଦୁଇଦିନ ଧରି ଚଇତି ପର୍ବ ଉପଲକ୍ଷେ ଛଉ ନୃତ୍ୟ ଅନୁଷ୍ଠିତ ହୋଇଯାଇଛି |ଛଉ ନୃତ୍ୟରେ ପ୍ରଥମ ଦିବସରେ ପାଞ୍ଚପୀଢ଼ର ଅନ୍ତ ସାହି ଛଉ ପ୍ରତିଷ୍ଠାନ ଧ୍ବଜାତାଳ ନୃତ୍ୟ ଏବଂ ବିଶ୍ବନାଥ ଛଉ ନାଚ ପ୍ରତିଷ୍ଠାନ ତରଫରୁ ମାୟା ସବରୀ ନୃତ୍ୟ କଳାକାର ମାନେ ପ୍ରଦର୍ଶନ କରିଥିଲେ |

ଦ୍ବିତୀୟ ଦିବସରେ ରେଂଗାଳବେଡ଼ା ତିରିଂ ଛଉ ନାଚ ଦଳ ମେଘ ମୟୂରୀ ନୃତ୍ୟ ଏବଂ ତାଳଗାଁ ଛଉ କଳାକାର ଅପୂରବ ମିଳନ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲେ |ସାନ୍ଧ୍ୟ କାର୍ଯ୍ୟକ୍ରମରେ ତାଳଗାଁ ଗାଁ ର କୁନା କୁନି ମାନେ ଭଜନ ଗୀତରେ ତାଳେ ତାଳେ ଲୁକ୍କାୟିତ ପ୍ରତିଭାକୁ ଦେଖାଇଥିଲେ |

ଏହି ଅବସରରେ ପୂର୍ବତନ ମେମ୍ବର ତଥା ସମାଜସେବୀ ଶରତ ଚନ୍ଦ୍ର ମଣ୍ଡଳ କୋହଭରାରେ ଦର୍ଶକମାନଙ୍କୁ କହିଥିଲେ ଯେ ବିଶ୍ବନାଥ ଛଉ ନାଚ ପ୍ରତିଷ୍ଠାନ ମୟୂରଭଞ୍ଜ ଜିଲ୍ଲାରେ ସ୍ବତନ୍ତ୍ର ସ୍ଥାନ ପୂର୍ବରୁ ଅଧିକାର କରିଥିଲା |କିନ୍ତୁ ବର୍ତ୍ତମାନ ଗାଁ ର ଲୋକମାନଙ୍କର ଆନ୍ତରିକତା ଅଭାବରୁ ବିଶ୍ବ ପ୍ରସିଦ୍ଧ ଛଉ ନାଚ ଗ୍ରାମାଞ୍ଚଳ ଗୁଡ଼ିକରେ ଲୋପ ପାଇବାକୁ ବସିଲାଣି |ଛଉ ନାଚ ହେବା କଥା ଶୁଣିଲେ ଦୁଇ ଦଶନ୍ଧି ପୂର୍ବରୁ ଦର୍ଶକମାନେ ବସିବା ପାଇଁ ସ୍ଥାନ ପାଉନଥିଲେ କିନ୍ତୁ ବର୍ତ୍ତମାନ ଦର୍ଶକମାନଙ୍କୁ ଛଉ ନାଚ ର କଳାକାରମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ପଡୁଛି |ଛଉ ନାଚକୁ ଗାଁ ଗାଁ ରେ ତଥା ଜିଲ୍ଲାରେ ଜୀବିତ ରଖିବାକୁ ଆହ୍ବାନ ଦେଇଥିଲେ |ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ଦେଇ ଜଣାଇଛନ୍ତି ଯେ ଗ୍ରାମାଞ୍ଚଳର ଛଉନାଚର କଳାକାରମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଛଉ ନାଚ ଲୋପ ପାଇବାକୁ ବସିଲାଣି |ଏଣୁ ବ୍ଲକ ସ୍ତରରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଛଉ ନାଚ ପାଇଁ ଆନ୍ତରିକତା ରହିବା ନିତାନ୍ତ ଜରୁରୀ ଏବଂ ଜନସାଧାରଣ ମାନେ ଛଉ କଳାକାରଙ୍କୁ ଉତ୍ସାହ ତଥା ପ୍ରୋତ୍ସାହନ ଯୋଗାଇବା ଉଚିତ୍ |ତାଳଗାଁ ବିଶ୍ବନାଥ ଛଉ ନାଚ ପ୍ରତିଷ୍ଠାନର ପ୍ରଦୀପ ମୁହାକୁଡ଼,ଲକ୍ଷ୍ମଣ ମହାକୁଡ଼,ସୁରେନ୍ଦ୍ର ମୁହାକୁଡ଼, ଅନୂପ ମୁହାକୁଡ,ରଘୁ ବାର୍ଦା,ପୂର୍ଣ୍ଣ ବିରୁଆ,ରଘୁବୀର ବିରୁଆ,ଜନକ ହେମ୍ର୍ବମ,ଜିତେନ୍ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା 

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

Guru Pankaj Utsav and Mahari Samman Inaugural Evening Dance Artist Adyasha Mishra captivated the audience through Odissi dance.

masiha

Leave a Comment

error: Content is protected !!