ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇଘର ବ୍ଲକ୍ ସଦର ମହକୁମାରେ ମାଓବାଦୀ ପୋଷ୍ଟର…. ହାତିଗାଁ ର CRPF କ୍ୟାମ୍ପ କୁ ବିରୋଧ

ରାଇଘର : ୧୭/୪ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ୍ ର ସଦର ମହକୁମାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସୋମବାର ସକାଳୁ ଦେଖିବାକୁ ମିଳିଥିଲା ମାଓ ପୋଷ୍ଟର l ଏହି ପୋଷ୍ଟର ମାଧ୍ୟମରେ CRPF କ୍ୟାମ୍ପ କୁ ବିରୋଧ କରି ମୁଖ୍ୟ ବଜାର ଉପରେ ନିଜର ଉପସ୍ଥିତି ଜାହିର କରି ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି |

     ଖବର ଅନୁଯାୟୀ, ଗତ କିଛି ଦିନତଳେ ଛତିଶଗଡ଼ ସୀମାକୁ ଲାଗି ରହିଥିବା ରାଇଘର ବ୍ଲକ୍ ର ହାତିଗାଁ ଅଞ୍ଚଳରେ ଜଣେ ଯୁବକ କୁ ମାଓବାଦୀ ହତ୍ୟା କରିଥିଲେ | ଏହାପରେ ସେହି ଗ୍ରାମ କୁ ପୋଲିସ ବିଭାଗର ଉଚପଦସ୍ଥ ଅଧିକାରି ବାରମ୍ବାର ଗସ୍ତ କରି ସେଠାରେ ଏକ ପୋଲିସ କ୍ୟାମ୍ପ ବସାଇ ଥିଲେ l ଆଜି ମୈନପୁର -ନୂଆପଡ଼ା (ମାଓବାଦୀ ) ସଂଗଠନ ପକ୍ଷରୁ ଏହି କ୍ୟାମ୍ପ କୁ ବିରୋଧ କରି ରାଇଘର ମୁଖ୍ୟ ବଜାର ଉପରେ ପୋଷ୍ଟର ମାରି ଥିବା ଦେଖିବାକୁ ମିଳିଥିଲା l ଏହି ପୋଷ୍ଟର ମାଧ୍ୟମରେ ସେମାନେ ତୁରନ୍ତ କ୍ୟାମ୍ପ କୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିବାକୁ ହାତିଗାଁ ଅଞ୍ଚଳ ବାସୀଙ୍କୁ ତାଗିଦ କରିଛନ୍ତି | ଏହି କ୍ୟାମ୍ପ ବସାଇ ବା ପାଇଁ ଗ୍ରାମସଭା ହୋଇ ନ ଥିବା ବେଳେ ଅଂଚଳର ୧୩ ଜଣ ବ୍ୟକ୍ତି ପୋଲିସ ର ସୁଚନାଦାତା ସାଜି ସେଠାରେ କ୍ୟାମ୍ପ କରିବାକୁ ସହଯୋଗ କରିଥିବା ଦର୍ଶାଇ ଥିବା ବେଳେ ତୁରନ୍ତ ଏହି କ୍ୟାମ୍ପ ସେଠାରୁ ହଟାଇବା ପାଇଁ ଚେଷ୍ଟା କରନ୍ତୁ, ନଚେତ୍ ଏହି ବ୍ୟକ୍ତି ମାନଙ୍କୁ ଜନ ଅଦାଲତରେ ମୃତ୍ୟୁ ଦଣ୍ଡ ଦେବାକୁ ଚେତାବନୀ ଦେଇଛନ୍ତି l ପୋଲିସ କ୍ୟାମ୍ପ ହେଲେ ଅଂଚଳର ମହିଳା ମାନଙ୍କ ପ୍ରତି ଅତ୍ୟାଚାର ବଢିବ ଓ ସାଧାରଣ ଲୋକ ମାନେ ହଇରାଣ ହେବେ l ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଫାସିବାଦ୍ ଦମନ ନିତି କୁ ବିରୋଧ କରି ବା ପାଇଁ ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ବାନ ଦିଆ ଯାଇଛି l ରାଇଘର ମୁଖ୍ୟ ବଜାର ଉପରେ ନିଜର ଉପସ୍ଥିତି ଜାହିର କରି ପୋଷ୍ଟର ମାରି ପୋଲିସ କୁ ଖୋଲା ଚାଲେଂଜ କରିଥିବା ଦେଖିବାକୁ ମିଳିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

ବସ୍ ଷ୍ଟାଣ୍ଡରେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ ଘଟଣା ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଜଗତପୁର ଆର୍ଡିଶ ହୋଟେଲରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!