ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ଜରିଆରେ କେନ୍ଦୁପତ୍ର ବିକ୍ରି ଆରମ୍ଭ

କୋକସରା,୧୭/୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ରଏନଗୁଡା ଗ୍ରାମରେ କେନ୍ଦୁପତ୍ର ତୋଳାଳୀ ପୂର୍ବରୁ କେନ୍ଦୁପତ୍ର ବନ ବିଭାଗ ନିକଟରେ ବିକ୍ରି କରି ଆସୁଥିଲେ। ହେଲେ ଚଲିତ ବର୍ଷରୁ ରଏନଗୁଡା ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ଜରିଆରେ କେନ୍ଦୁପତ୍ର ବିକ୍ରି କରିଛନ୍ତି l ତେବେ ଏହି କେନ୍ଦୁପତ୍ର ତୋଳାଳୀ ମାନଙ୍କ ମଧ୍ୟରେ ବହୁତ ମାତ୍ରାରେ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ଭୋର ସକାଳୁ ଘରୁ ବାହାରି କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଯାଇଥିଲେ ଏବଂ ଉକ୍ତ କେନ୍ଦୁପତ୍ରକୁ ବିଡ଼ା ବାନ୍ଧି ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ନିକଟରେ ୧୦୦ ରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ପରିବାର ପ୍ରଥମ ପର୍ଯ୍ୟାୟରେ ବିକ୍ରି କରିଛନ୍ତି l ପୂର୍ବରୁ ୧୦୦ ବିଡ଼ା କେନ୍ଦୁପତ୍ରକୁ ସରକାରୀ ମୂଲ୍ୟ ୧୪୦ ଟଙ୍କା ମିଳୁଥିବା ବେଳେ ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ୧୦୦ ବିଡ଼ା କେନ୍ଦୁପତ୍ରକୁ ୬୦୦ ଟଙ୍କା ଦେବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡିଛି l ପୁଣି ବନ ବିଭାଗ ନିକଟରେ କେନ୍ଦୁପତ୍ର ବିକ୍ରି କରି ପାରିଶ୍ରମିକ ମିଳିବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ପ୍ରତିଦିନ ବିକ୍ରି କେନ୍ଦୁପତ୍ରର ପାରିଶ୍ରମିକ ଟଙ୍କା ଦେବାକୁ ମଧ୍ୟ କହିଛନ୍ତି l କେନ୍ଦୁପତ୍ର ବିକ୍ରି କରିବାକୁ ଆସିଥିବା ଶତାଧିକ ପୁରୁଷ ଏବଂ ମହିଳା ତୋଳାଳୀ ରଏନଗୁଡା ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟିର ସଭାପତି ସପୁରୀ ଚଣ୍ଡି , ସମ୍ପାଦକ ଲଲିତ ପୁଝାରୀ, କୋଷାଧ୍ୟକ୍ଷ ଦନାର୍ଦ୍ଦନ ଦାସ, ଚକ୍ରଧର ସୁନା, ରଘୁନାଥ ନାଏକ, ପୁରୁଷୋତ୍ତମ ଦାସ, ଇନ୍ଦ୍ରମଣି ଦୁର୍ଗା, ବୈଷ୍ଣବ ସୁନା ଏବଂ ଗ୍ରାମର ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ରେଙ୍ଗାଳପାଲି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ   

Sunil Chandra Nayak

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

Leave a Comment

error: Content is protected !!