ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

ନବରଙ୍ଗପୁର :(୧୮/୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ବେଡ଼ା ପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର କର୍ମୀ ଓ ସହାୟିକା ଙ୍କ ପାଇଁ ନା ଅଙ୍ଗନୱାଡ଼ି ହିତାଧିକାରୀ ଙ୍କ ପାଇଁ ବୋଲି ପ୍ରଶ୍ନ ଉଠୁଛି। ଶିଶୁ ବିକାଶ ପ୍ରକଳ୍ପ ର ସୁପରଭାଇଜର ମଧ୍ୟ କେନ୍ଦ୍ର ପରିଦର୍ଶନ ରେ ଯାଇ ସରକାରୀ ସେବା ହିତାଧିକାରୀ ଙ୍କ ପାଖ ରେ ଠିକ୍ ରୂପେ ପହଞ୍ଚୁଛି ନା ନାହିଁ ଯାଞ୍ଚ କରିପାରୁ ନାହାନ୍ତି। ଏହି ଗ୍ରାମ ଟି ବ୍ଲକ୍ ର ଶେଷ ସୀମା କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ରାମପୁର ବ୍ଲକ୍ ର ଶେଷ ସୀମା କୁ ଲାଗି ରହିଛି। ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ସଠିକ୍ ଭାବେ ପହଞ୍ଚି ପାରୁ ନାହିଁ। ସେହି ଭଳି ବେଡ଼ାପଦର ଅଙ୍ଗନୱାଡ଼ି କେନ୍ଦ୍ର ପରିସର ରେ ମଧ୍ୟ ସ୍ଵାଧୀନତା ଦିବସ ରେ ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରାଯାଉ ନ ଥିବା ଅଭିଯୋଗ ଆସୁଛି। ଏ ନେଇ ଗ୍ରାମବାସୀ ଙ୍କୁ ପଚାରି ଵାରୁ ଅଙ୍ଗନୱାଡ଼ି ଦିଦି ମାସ ରେ ୪ ରୁ ୬ ଥର ହିଁ ଆସନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ସ୍ଥିତି ଏପରି ହୋଇଛି ଯେ ରନ୍ଧା ଖାଦ୍ୟ ବଦଳ ରେ ଚାଉଳ ହିତାଧିକାରୀଙ୍କୁ ବେଳେ ବେଳେ ଦିଆଯାଉଛି ସେଥିରେ ମଧ୍ୟ ନିର୍ଦ୍ଦେଶନାମା ପ୍ରକାରେ ଓଜନ ରହୁନି। ପୁଷ୍ଟିକର ଖାଦ୍ୟ ଦୁରେ ଥାଉ ଅଣ୍ଡା ର ପରିମାଣ ମଧ୍ୟ ନିୟମ ପ୍ରକାରେ ଦିଆଯାଉନାହିଁ। ଛଅ ମାସରୁ ଉର୍ଦ୍ଧ୍ୱ ହେଲାଣି ଅଙ୍ଗନୱାଡ଼ି ପରିଚାଳନା ରେ ବିଭ୍ରାଟ ବୃଦ୍ଧି ପାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ର ମୁଖ୍ୟ ଭୂମିକା ଥିବା ବେଳେ ଏହି କେନ୍ଦ୍ର ର ଏପରି ସ୍ଥିତି କାହାକୁ ଉପହାସ ବୋଲି ପ୍ରଶ୍ନ ଉଙ୍କୁଛି।ଏ ତ ଗଲା କର୍ମୀ ଓ ତାଙ୍କ କାର୍ଯ୍ୟକଳାପ । ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ର ସ୍ଥିତି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି। ଶୁଣାଯାଉଛି ଏହି କେନ୍ଦ୍ର ର ଗୃହ ନିର୍ମାଣ ପାଇଁ ପ୍ରାବଧାନ ପଞ୍ଚାୟତ ସମିତି ତରଫରୁ ରଖାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

masiha

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ

masiha

Leave a Comment

error: Content is protected !!