ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଜେନସିଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ 

ଏଜେନସିଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ 

ନବରଙ୍ଗପୁର:(୨୩|୯)(ରବି ନାରାୟଣ ମହାନ୍ତି)ଆଠ ଦଫା ଦାବୀ ନେଇ ଦୁଇ ଦିନ ଧରି ଜାରି ରହିଥିବା ଓଡିଶା ହସ୍ପିଟାଲ କର୍ମଚାରୀ ମାନଙ୍କ ଧାରଣା ଅଭିରାମ ଏଜେନସି ର ଏରିଆ ମେନେଜର ଆସି ଆଲୋଚନା କରିଥିଲେ l ଆଠ ଗୋଟି ଦାବୀ ମଧ୍ୟ୍ୟରେ ଧାରଣା କାରି ମଧ୍ୟ୍ୟ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ମିଳି ନ ଥିବା ଦରମା ସାତ ଦିନ ମଧ୍ୟରେ ଦେବେ ଓ ଆଗାମୀ ସବୁ ମାସରେ 15 ତାରିଖ ପୂର୍ବରୁ ସମସ୍ତ ଙ୍କର ଦରମା ଦେବେ ଏବଂ ଇପିଏଫ ଟଙ୍କା ଜମା ଦେବା ବୋଲି ଲିଖିତ ଭାବେ ଦେଇଥିଲେ ଅଭିରାମ ଏଜେନ୍ସି ର ଏରିଆ ମେନେଜର ଶ୍ରୀ ମନଜ କୁମାର ଭତରା ପରେ ହସ୍ପିଟାଲ କର୍ମଚାରୀ ସଂଘ ତରଫରୁ ଧାରଣା କୁ ସ୍ଥଗିତ କରାଗଲା ବୋଲି ସଭାନେତ୍ରୀ ଶ୍ରୀ ମତି ମରିୟମ ଗରଡ଼ା ଘୋଷଣା କରିଥିଲେ l ଆଜିଠାରୁ କାର୍ଯ୍ୟ ଯୋଗ ଦେବେ ବୋଲି ସଂଘ ନିଷ୍ପତି ହେଲା ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ହସପିଟାଲ କର୍ମଚାରୀ ସଂଘ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମରିୟମ ଗରଡ଼ା ସମ୍ପାଦିକା ଶ୍ରୀମତୀ ନମିତା ନାଗ ବି ଏମ ଏସ ଜିଲ୍ଲା ସମ୍ପାଦକ ଶ୍ରୀ ବିଷୋୟୀ ସମେତ ନବରଙ୍ଗପୁର ଜିଲ୍ଲା ର ସମସ୍ତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

Sunil Chandra Nayak

ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସଂସ୍କୃତି ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ 

masiha

Leave a Comment

error: Content is protected !!