ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତଃ ରାଜ୍ୟ ସୁନାରୀ ସମାଜର ମହାସଭା ସମାଜର ପ୍ରଥା ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ….

ଆନ୍ତଃ ରାଜ୍ୟ ସୁନାରୀ ସମାଜର ମହାସଭା

ସମାଜର ପ୍ରଥା ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ….

ଧର୍ମଗଡ :ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଚାରିଗଡ଼ ସୁନାରୀ ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ମହାସଭାରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ଦେଭୋଗ (ଛତିଶଗଡ଼) ଅଞ୍ଚଳର ସୁନାରୀ ସମାଜର ପ୍ରତିନିଧୂମାନେ ଯୋଗଦେଇ ସମାଜର ସାମଗ୍ରିକ ବିକାଶ, ସଂଗଠନର ଏକତା ଓ ସାମାଜିକ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ।ମହାସଭାର ମୂଳ ବାର୍ତ୍ତା ଥିଲା “ଚାରିଗଡ଼ ସମାଜ ଏକ, ସମ୍ବିଧାନ ମଧ୍ଯ ଏକ; ଆମ୍ଭେ ଏକ, ସମ୍ବିଧାନ ଏକ।” ଏହି ଏକତାର ମନ୍ତ୍ରକୁ ଆଧାର କରି ସମାଜର ସମସ୍ତ ସଦସ୍ୟ ଏକଜୁଟ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦିଆଯାଇଥିଲା।ମହାସଭାରେ କଳାହାଣ୍ଡି ଜିଲ୍ଲା ସୁନାରୀ ସମାଜର ସଭାପତି ଦିଲ୍ଲୀପ କୁମାର ସରାବୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥ୍‌ ଭାବେ ନୂଆପଡ଼ା ଜିଲ୍ଲା ସଭାପତି ମାୟାଧର ସରାଫ, ସମ୍ମାନିତ ଅତିଥ୍‌ ଭାବେ ବଲାଙ୍ଗୀର ସଭାପତି ପ୍ରହଲ୍ଲାଦ ସରାଫ ଓ ଦେଭୋଗ ସଭାପତି ଶ୍ରୀ ରାଜକୁମାର ସୋନୀ ମଞ୍ଚାସୀନ ଥିଲେ। ଚାରି ଗଡ ସମାଜର ଆବାହକ ରୁଦ୍ରମାଧବ ବୈଠାରୁ (ନୂଆପଡ଼ା) ସମାଜର ଏକତା, ଶିକ୍ଷା, ସାମାଜିକ ଦାୟିତ୍ଵ ଓ ଭବିଷ୍ୟତ ପିଢ଼ିର ଉନ୍ନତି ସମ୍ପର୍କରେ ନିଜର ମତ ରଖୁଥିଲେ l ସୁନାରୀ ସମାଜର ପ୍ରଥା ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ନୂଆପଡ଼ା ଜିଲ୍ଲା ସଭାପତି ମାୟାଧର ସରାଫ ଜଣାଇଛନ୍ତି।କାର୍ଯ୍ୟକ୍ରମକୁ କଳାହାଣ୍ଡି ସୁନାରୀ ସମାଜର ସାଧାରଣ ସମ୍ପାଦକ ବିରଞ୍ଚି ପ୍ରସାଦ ସରାପ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଶ୍ରୀ ଜେମନୁ ସରାପ ଧନ୍ୟବାଦ ଅର୍ପଣ କରିଥିଲେ।ମହାସଭାର ସଫଳତା ପାଇଁ ସନାତନ ସରାପ, ଜନ୍ମେଜୟ ବୈଠାରୁ, ପାତାଳେଶ୍ବର ସରାପ, ତରଣୀ ସରାପ, ବସନ୍ତି ସରାପ, ମଳୟ ସରାପ, ଯଦୁମଣି ସରାପ, ସୂର୍ଯ୍ୟ ପ୍ରକାଶ ସରାପ, କୈଳାଶ ସରାପ ଓ ଯୁଗଳ ସରାପ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ମହାସଭା ମାଧ୍ୟମରେ ଚାରିଗଡ଼ ସୁନାରୀ ସମାଜର ଏକତାକୁ ଆହୁରି ସୁଦୃଢ଼ କରିବା ସହ ସମାଜର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକମନ, ଏକ ପ୍ରାଣ ହୋଇ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। ସମାଜର ଏକ ସମ୍ବିଧାନ ପ୍ରଣୟନ କରାଯାଇଛି l ଏହାର ସଂଶୋଧନ ସମ୍ପର୍କରେ ବିଶେଷ ଆଲୋଚନା କରା ଯାଇଥିଲା l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ 

masiha

ନୀଳଗିରି ଗଛ କଟାକୁ ନେଇ ଭାଇ ଭଉଣୀ ମଧ୍ୟରେ ବିବାଦ ଘଟଣା ପହଞ୍ଚିଲା ଥାନାରେ

masiha

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାପରୀକ୍ଷା

masiha

Leave a Comment

error: Content is protected !!