ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କର୍ଲାପାଟ ଅଭୟାରଣ୍ୟ ର AI କ୍ୟାମେରା ବଳରେ ବନବିଭାଗ କୁ ମିଳିଛି ଆଉ ଏକ ସଫଳତା

କର୍ଲାପାଟ ଅଭୟାରଣ୍ୟ ର AI କ୍ୟାମେରା ବଳରେ ବନବିଭାଗ କୁ ମିଳିଛି ଆଉ ଏକ ସଫଳତା

ଥୁଆମୂଲ ରାମପୁର:- କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କର୍ଲପାଟ ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପାଦୁର୍ଭାବ ବୃଦ୍ଧି ପାଉଛି ତେଣୁ ଅଭୟାରଣ୍ୟ ରେ ଥିବା ଜଙ୍ଗଲୀ ଜନ୍ତୁ ମଧ୍ୟ ହ୍ରାସ ପାଇ ଯାଉଛି.। ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ କର୍ମଚାରି ମାନେ ମଧ୍ୟ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଥିବା ଯୋଗୁଁ ଜାଣି ପାରୁନାହାନ୍ତି.। କର୍ଲାପାଟ ଅଭୟାରଣ୍ୟ ଜଙ୍ଗଲ ଭିତରେ ଫରେଷ୍ଟ କୁ୍ୱାଟର, ଫରେଷ୍ଟ ଗାର୍ଡ କୁ୍ୱାଟର ଓ ୱାଚ ଟାୱାର ପାଇଁ ବଡ ବଡ କୋଠା ତିଆରି କରୁଛନ୍ତି କିନ୍ତୁ ସବୁ ସ୍ଥାନରେ ସେସବୁ ଭୁତ କୋଠି ପରି ପଡି ରହୁଛି ତାହାର ସୁଯୋଗ ନେଇ ଶିକାରୀ ମାନେ ମଧ୍ୟ ଖୁଲମ୍ ଖୁଲା ଶିକାର କରି ବୁଲୁ ଛନ୍ତି. ।ଏହି ଶିକାରୀ ଙ୍କୁ ଧରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ କର୍ଲାପାଟ ଅଭୟାରଣ୍ୟ ରେ ଜୀବ ଜନ୍ତୁର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇ ନୂତନ ଜଙ୍ଗଲ ସୃଷ୍ଟି ଓ ଅଧିକରୁ ଅଧିକ ବନ କର୍ମଚାରୀ ଙ୍କୁ ନିୟୋଜିତ କରାଯାଉଛି ଏବଂ ସହଜ ସୁବିଧା ପାଇଁ ପ୍ରତ୍ୟେକ ସ୍ଥାନ ଜଙ୍ଗଲରେ କ୍ୟାମେରା ସବୁ ରଖାଯାଇଛି । ଏହି କ୍ୟାମେରା ବଳରେ ଜଙ୍ଗଲ ଭିତରେ ବନ୍ଧୁକ ଧରି ଯାଉଥିବା ସମୟରେ ସେମେଲପଦର୍ ଗ୍ରାମର ଜୟନ୍ତ ମାଝୀ, ବୟସ ୪୦ ପିତା ଗୁରବାରୁ ମାଝୀ ଓ ଅମରସିଂ ମାଝୀ ବୟସ ୩୫ ପିତା ରୁପାଙ୍ଗ ମାଝୀ ଦୁହିଁଙ୍କ ଫୋଟୋ ଜଙ୍ଗଲ ରୁ କ୍ୟାମେରା ରେ ଫୁଟେଜ୍ ହେଲାପରେ ଗିରଫ କରି କୋର୍ଟ ଚାଲଣ କରିଥିବା ସୂଚନା ମିଳିଛି।

ଥୁଆମୂଲ ରାମପୁର ରୁ ରବି ନାରାୟଣ ସିଂହ ମସିହା ନିୟୁଜ

Related posts

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

masiha

ଅବକାରୀ ଚଢାଉ ୧ ଗିରଫ 

masiha

Leave a Comment

error: Content is protected !!