ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଲାର ପାନୀୟ ଜଳ ଓ ବସୁଧା ପ୍ରକଳ୍ପ ଅଚଳ ଦୁର୍ଦ୍ଦିନରେ ଜନସାଧାରଣ

ନର୍ଲା (ମନିସ) ଆଗକୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବ। ଜୀବନ ଧାରଣ ପାଇଁ ଜଳର ଉତ୍କଟ ଅଭାବ ମଧ୍ୟ ସ୍ଥାନେ ବୃଦ୍ଧି ହେବ। ତେବେ ଏହାରି ଭିତରେ ଏବେ ଠାରୁ ଏହି ସମସ୍ୟା ମୁଣ୍ଡ ଟେକିଲାଣି। ପାନୀୟ ସମସ୍ୟା ଘେରରେ ରହିଛି ନର୍ଲା ବ୍ଳକର ମାଣ୍ଡେଲ ଗ୍ରାମ ଓ ଯୋଡା ବନ୍ଧ ଗାଁ। ମାଣ୍ଡେଲ ଗ୍ରାମର ସ୍କୁଲ ଓ ରାସ୍ତା ନିକଟରେ ଥିବା ସୋଲାର ପାନୀୟ ଜଳ ଟାଙ୍କି ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଆସୁଥିବା ବେଳେ ଏହା ଦୀର୍ଘ ଦିନ ହେଲା ଅଚଳ ହୋଇଯାଇଛି। ଯାହା ଫଳରେ ଛାତ୍ରଛାତ୍ରୀମାନେ ଓ ଜନସାଧାରଣ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ ସକାଶେ ଦୁଇ ଲକ୍ଷ ୬୪ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ହେଉଥିବା ବେସରକାରୀ ଭାବେ ଜଣାପଡିଛି। ଏଠାରେ ମାଣ୍ଡେଲ ଗ୍ରାମର ପୂର୍ବତନ ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମାନୀ ଯୋଗୁଁ କାର୍ଯ୍ୟ ଯୋଗୁଁ ଲୋକେ ପାଣି ଟୋପାଏ ପାଇଁ ଆତୁର ହେଉଛନ୍ତି। ଗୋଟିଏ ପାଣି ମଟର ଦାମ ୮୦ ହଜାର ଟଙ୍କା ହେଉଥିବା ବେଳେ ଦୀର୍ଘ ଦୁଇ ବର୍ଷ ଧରି ନଳକୂପରେ ଲାଗିଥିବା ପାଣି ମଟର ଅଚଳ ଅବସ୍ଥାରେ ପାଣି ଭିତରେ ବୁଡ଼ି ରହିଥିବା ଯୋଗୁଁ ଏଠାରେ ସରକାରଙ୍କ ଟଙ୍କା ପାଣିରେ ପଡ଼ିଲା ବୋଲି ଆଲୋଚନା ହେଉଛି। ସେହିପରି ଏହି ବ୍ଳକ ଅନ୍ତର୍ଗତ ଯୋଡା ବନ୍ଧ ଗାଁରେ ବସୁଧା ପ୍ରକଳ୍ପ ଅଚଳ ହୋଇଯାଇଛି। ଏଥିପାଇଁ ଏକ ଜନଶୁଣାଣୀ ଶିବିରରେ ଗ୍ରାମର ଦେଶରାଜ ଗଡତିଆ, ପ୍ରହ୍ଲାଦ ଗଡତିଆ, କ୍ଷମା ନାଗ, ଜିତେନ୍ଦ୍ର ମାଝୀ ପ୍ରମୁଖ ଅଚଳ ଜଳଯୋଗାଣ ବନ୍ଦ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ମତପୋଷଣ କରିଛନ୍ତି। ଏହି ଅଚଳ ପ୍ରକଳ୍ପ ଗୁଡ଼ିକୁ ଯଥା ସମ୍ଭବ ଶୀଘ୍ର ସ୍ଵାଭାବିକ କରିବାକୁ ଦାବି ହେଉଛି।

ଦୀପକ କୁମାର ଠାକୁର/ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବନ୍ଦେଭାରତ ଏକ୍ସପ୍ରେସକୁ ସ୍ୱାଗତ 

masiha

ଯୁଗ ଦ୍ରଷ୍ଟା ସାହିତ୍ୟ ସାଧକ, ରାଧାନାଥ ରାୟଙ୍କ,ଜୟନ୍ତୀ ପାଳନ 

Sunil Chandra Nayak

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!