ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାରିବାରିକ କଳହ କୁ କେନ୍ଦ୍ର କରି ଠେଙ୍ଗା ରେ ପିଟି ସ୍ତ୍ରୀ କୁ ହତ୍ୟା କଲା ମଦ୍ୟପ ସ୍ୱାମୀ

ଢେଙ୍କାନାଳ (ମ ନି ସ)18/2// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ର ସାନ ମସମସା ସାହିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା | ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ, ଅଭିଯୋକ୍ତ ସ୍ୱାମୀ ହେଉଛନ୍ତି ଅଷ୍ଟମ ଖଟୁଆ |ଗତରାତିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାରିବାରିକ କଳହ ହୋଇଥିଲା |ତେବେ ଏହି କଳହ ରେ ଅଭିଯୁକ୍ତ ସ୍ୱାମୀ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଙ୍କୁ ଏକ ଠେଙ୍ଗା ରେ ବାଡେଇଦେଇ ଥିଲେ |ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା |ତେବେ ଆଜି ସକାଳେ ସେ ଓ ତାଙ୍କ ବଡ଼ ଭାଇ ଶିବ ଖଟୁଆ ମିଶି ଘର ପଛ ପାଖ ଜଙ୍ଗଲକୁ ଶବସତ୍କାର ପାଇଁ ନେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ପୋଲିସ ମୃତ ଦେହ ଉଦ୍ଧାର କରିବା ସହ ଦୁଇ ଭାଇଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗଞ୍ଜେଇ ଜବତ ୧ ଗିରଫ 

Sunil Chandra Nayak

ଭିଡିଓ ଭାଇରାଲ୍ ହେବା ପରେ ଦୁଇ ଭଉଣୀ ପରସ୍ପର ବିରୋଧରେ ଦେଲେ ଏତଲା 

masiha

ମୃତ ବ୍ୟକ୍ତିର ଶରୀର ଉଦ୍ଧାର 

masiha

Leave a Comment

error: Content is protected !!