ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ବନ୍ଧୁକ ତିଆରି ଉପରେ ଚଢ଼ାଉ

ଜୟପାଟଣା:୨୧/୦୬(ମ ନି ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ବେଆଇନ ଭାବେ ବନ୍ଧୁକ ତିଆରି କରି ସୀମାନ୍ତ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଉଥିବା ନେଇ ଛତିଶଗଡ଼ ଏସଟିଏଫ ବଡ଼ ଧରଣର ମଙ୍ଗଳପୁରରେ ଚଢ଼ାଉ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ ଆଜି ଛତିଶଗଡ଼ ଓ କଳାହାଣ୍ଡି ବନ ବିଭାଗ ସହ ଏସଟିଏଫ ର ଅଧିକାରୀମାନେ ମଙ୍ଗଳପୁର ଗ୍ରାମର ୨୫ରୁ ଉର୍ଦ୍ଧ୍ବ ଘରରେ ଚଢ଼ାଉ କରିଥିଲେ ।ସେଥିରେ ବନ୍ଧୁକ ତିଆରି ରେ ବ୍ୟବହାର ହେଉଥିବା ଅନେକ ସମ୍ବେଦନଶୀଳ ସାମଗ୍ରୀ ଜବତ କରାଯାଇଛି । ଏହି ବନ୍ଧୁକ ତିଆରି ରାକେଟ ରେ ସାମିଲ ଥିବା ୫ ଜଣ ବ୍ୟକ୍ତିକୁ ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସ ରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ।

ବରିଷ୍ଟ ପତ୍ରକାର ଜଗମୋହନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

masiha

ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ଧାନ ଟ୍ରକ ସହ ଡ୍ରାଇଭର ଅଟକ, ତଦନ୍ତ ଜାରି

masiha

ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ 

Leave a Comment

error: Content is protected !!