ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅ ମୃତ ବାପା ଗୁରୁତ୍ତର 

ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅ ମୃତ ବାପା ଗୁରୁତ୍ତର 

ଡାବୁଗାଁ, ୬/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଛକ ନିକଟରେ ଶନିବାର ସକାଳେ ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ ଓ ବାପା ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଗ୍ରାମର ଗଣେଶ ମହାନ୍ତି (୩୨) ଆଜି ସକାଳ ୫.୩୦ ସମୟରେ ସାଇକେଲରେ ପୁଅ ନିଖିଲ ମହାନ୍ତି (୧୦) କୁ ବସାଇ ଡାବୁଗାଁ – ପାପଡାହାଣ୍ଡି ମୁଖ୍ୟ ରାସ୍ତାରେ ଜଙ୍ଗଲକୁ ଶୌଚ ପାଇଁ ଆସୁଥିବା ବେଳେ ପଛ ପଟୁ ଏକ ଆମ୍ବୁଲାନ୍ସ ଆସି ଧକ୍କା ଦେଇଥିଲା | ଫଳରେ ଘଟଣାସ୍ଥଳରେ ପୁଅ ନିଖିଲ ର ମୃତ୍ୟୁ ଘଟିଥିବା ବେଳେ ବାପା ଗଣେଶ କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରୁ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଏନେଇ ଗ୍ରାମବାସୀ ସକଳ ୬ ଘରେ ଘଟଣାସ୍ଥଳରେ ଶବ ରଖି ରାସ୍ତାରୋକ କରିଥିଲେ | ଖବର ପାଇ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ଡାବୁଗାଁ ବିଡିଓ ତଥା ତହସିଲଦାର ଶରତ ମାଝି, ପାପଡାହାଣ୍ଡି ତହସିଲଦାର ତପନ ନାୟକ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ | ପରେ ମୃତକକୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ପରେ ରାସ୍ତା ରୋକ ହଟିଥିଲା | ଏନେଇ ମୃତକର ବଡବାପା ପୂର୍ଣ୍ଣଚନ୍ଦ୍ର ମହାନ୍ତି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଶବ ଜବତ କରି ପାଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୩୮/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏଟିଏମ ମେସିନ କାଟି ପଇସା ଲୁଟି ନେଲେ ଦୁର୍ବୁତ୍ତ 

Sunil Chandra Nayak

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣା..ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ବାମୀଙ୍କୁ କୋର୍ଟଚାଲାଣ

Sunil Chandra Nayak

କୋଇଲା ଟ୍ରକ ଜବତ, ଡ୍ରାଇଭର ଫେରାର 

Leave a Comment

error: Content is protected !!