ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ପକ୍ଷରୁ କପ ସିରଫ ଜବତ

ନୂଆପଡା // ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଅଗ୍ରେନ ଗ୍ରାମଠାରେ ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବହୁତ ପରିମାଣରେ କଫ ସିରଫ ଜବତ କରିଥିବା ଜଣା ପଡ଼ିଛି । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ଶନିବାର ସକାଳ ସାତ ଘଣ୍ଟା ସମୟରେ ଅଗ୍ରେନ ଗ୍ରାମର ଛକ ଠାରେ ଜଣେ ଯୁବକ ମୁକୁନ୍ଦ ଚରଣ ନାଗ (୩୮) ବାଇକରେ ଲଦି ପ୍ଲାଷ୍ଟିକ ବ୍ୟାଗରେ କିଛି ସାମଗ୍ରୀ ନେଉଥିବା ବେଳେ ସନ୍ଧେହ କରି ଅବକାରୀ ଉପନିରୀକ୍ଷକ ଡମ୍ବରୁଧର ହରିଜନଙ୍କ ନେତୃତ୍ୱରେ ଚଢ଼ାଉ କରି ଯୁବକଙ୍କୁ କାବୁ କରିଥିଲେ । ବ୍ୟାଗକୁ ଖୋଲିଲା ପରେ ୩୦୦ ବୋତଲ କଫ ସିରପ ଷାଠିଏ ଲିଟର ଜବତ କରିଥିଲେ । ଏହି ଚଢ଼ାଉରେ ଏ ଏସ ଆଇ ଧନରାଜ ଦଣ୍ଡସେନା, ହିଙ୍ଗୁଳା ଦାସ, ବୈଜୟନ୍ତି ଶବର, ମୁରଲୀ ଧର ଶବର ପ୍ରମୁଖ । ଯୁବକ ମୁକୁନ୍ଦ ଚରଣ ନାଗଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଉପନିରୀକ୍ଷକ ଶ୍ରୀ ହରିଜନ ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଆଇନ ଧାନ କାରବାରରେ ଜଡିତ ଥିବାରୁ ବେହେରା ରାଇସମିଲ କୁ ସିଲ କଲେ ତହସିଲଦାର

Sunil Chandra Nayak

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

Sunil Chandra Nayak

Leave a Comment

error: Content is protected !!