ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଠିକାଦାରଙ୍କ ବିଲ୍ ଆତ୍ମସାତ୍ କରି ଚାଲିଗଲେ ନିର୍ବାହି ଅଧିକାରି,ବିଡ଼ିଓଙ୍କ ପରେ ଥାନାର ଦ୍ୱାରସ୍ତ ହେଲେ କଣ୍ଟ୍ରାକଟର

ବନ୍ଧୁଗାଁ.୦୭।୦୭।୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ୟୁପି ସ୍କୁଲ ଠାରେ ବିୟୁଟି ଫିକେସନ କାମ ବାବଦକୁ ଲକ୍ଷାଧିକ ଟଙ୍କାର କାମ ମିନା ବେବରା ନାମକ ଜଣେ ଠିକାଦାର୍ କରିଥିଲେ । ହେଲେ ଉକ୍ତ କାମର ରନିଙ୍ଗ୍ ବିଲ୍ ବାବଦକୁ କିଛି ଟଙ୍କା ମିଳିଥିବା ବେଳେ ବାକି ୨ ଲକ୍ଷ ୪୮ ହଜାର ୩୭୭ ଟଙ୍କା ଆଜି ଯାଏଁ ମିଳିନି । ଏନେଇ ବନ୍ଧୁଗାଁ ବିଡିଓ ଆକାସ ପଟନାୟକଙ୍କୁ ମିନା ବେବରା ଲିଖିତ ଭାବରେ ଜଣା ଯାଇଥିବା ପରେ ବିଡ଼ିଓ ଉକ୍ତ ପିଇଓଙ୍କୁ ଫୋନ କରି ଡାକିଥିଲେ କିନ୍ତୁ ପିଇଓ ବିଡିଓଙ୍କ କଥାକୁ ହେଜ୍ଞାନ କରି ଆସି ନଥିବାରୁ ଥାନାରେ ଜଣାଅ ବୋଲି କହିବାରୁ ମିନା ବେବେରା ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ମିନା ବେହେରା ବନ୍ଧୁଗାଁ ଅଞ୍ଚଳର ଜଣେ ଭଲ କଣ୍ଟ୍ରାକ୍ଟର ଭାବେ ଜଣା ଶୁଣା ଥିବା ବେଳେ ତାଙ୍କର ବର୍ତମାନର ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ସିଏ ଏବେ ମାନସିକ ଚାପରେ ପଡିଛନ୍ତି । ସମ୍ପୃକ୍ତ ପଞ୍ଚାୟତ ନିର୍ବାହି ଅଧିକାରି ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମର ଲକ୍ଷ୍ମୀକାନ୍ତ କରକରା ନିଜେ ସମସ୍ତ ବିଲ୍ ଉଠାଇ ଅନ୍ୟତ୍ର ବଦଳି ହୋଇ ନାରାୟଣ ପାଟଣା ଯାଇଥିବାରୁ ମିନା ବେବରା ବାଧ୍ୟ ହୋଇ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀ ଆକାଶ ପଟ୍ଟନାୟକଙ୍କୁ ଲିଖିତ ଭାବରେ ଜଣାଇଥିଲେ I ଉକ୍ତ ବିଷୟକୁ ନେଇ ବିଡ଼ିଓ ଶ୍ରୀ ପଟ୍ଟନାୟକ ପିଇଓ ଲଷ୍ମୀ କାନ୍ତଙ୍କୁ ବହୂବାର ଫୋନ କରି ଫୋନ ମାଧ୍ୟମରେ ଡାକିଥିଲେ, କିନ୍ତୁ ବିଡ଼ିଓଙ୍କ କଥା ନ ଶୁଣି  ନିଜ ମନମୁଖୀ ଭାବରେ ପିଇଓ ଶ୍ରୀ କରକୋରା ରହୁଥିଲେ, ଶେଷରେ ବିଡ଼ିଓ ଶ୍ରୀ ପଟ୍ଟନାୟକ ବାଧ୍ୟ ହୋଇ କାମ କରିଥିବା ବ୍ୟକ୍ତି ମିନା ବେବୋରାଙ୍କୁ ଥାନାରେ ଏତେଲା ଦେବା ପାଇଁ କହିଥିଲେ, ମିନା ଉପାୟ ଶୂନ୍ୟ ହୋଇ ବନ୍ଧୁଗାଁ ଥାନାରେ ଏକ ଲିଖିତ ଭାବରେ ଅଭିଯୋଗ କରିଥିଲେ l ଉକ୍ତ ବିଷୟକୁ ନେଇ ବନ୍ଧୁଗାଁ ପୁଲିସ ଏ. ଏସ. ଆଇ ଶ୍ରୀ ବି. ଟି. ସାଧୁ ଶ୍ରୀ ପିଇଓ ଙ୍କୁ ଫୋନ ମାଧ୍ୟମରେ ଫୋନ କରି ଥାନାକୁ ଡାକିଲେ ମୂଳରୁ ଫୋନ ଉଠାଉ ନ ଥିବାରୁ ବନ୍ଧୁଗାଁ ପୁଲିସ ବାଧ୍ୟ ହୋଇ ଅଣ୍ଡର ସେକ୍ସନ ନମ୍ବର ୨୯୪,୫୦୬ ଅନୁଯାଇ କେଶ ନ. ୭୨ ରେ ଫରୱାର୍ଡ କରିଥିବାର କହିଥିଲେ I ବର୍ତ୍ତମାନ ମିନା ଵେବରା ପୋଲିସର ସାହାଯ୍ୟ ଲୋଡିଛନ୍ତି । ସିଏ ବନ୍ଧୁଗାଁ ଥାନାରେ ସମ୍ପୃକ୍ତ ପିଇଓ ଲକ୍ଷ୍ମୀକାନ୍ତ କରକରା ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ଭାବରେ ପିଇଅଙ୍କୁ କୌଣସି ପ୍ରକାର ଚାପ ନହେବାରୁ ଏବେ ସିଏ ଜିଲ୍ଲା ସାମ୍ବାଦିକ ସଂଘ ଜିଲା ଡିପିଓଙ୍କ ସାହାଯ୍ୟ ପାଇଁ ଦ୍ୱାରସ୍ତ ହବା ପାଇଁ ମନକୁ ବିଚାର କରିଥିବାର ଜାଣିବାକୁ ମିଳିଛି I ବର୍ତ୍ତମାନ ବନ୍ଧୁଗାଁ ପୁଲିସ ଏହାର ତଦନ୍ତ ଜାରି କରିଥିବାର ଜାଣିବାକୁ ପାଇଛୁ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ଅଣଚାଷୀଙ୍କ ଗୋଦାମରେ ଚଢ଼ାଉ, ୪୭ କ୍ୱିଣ୍ଟାଲ ଧାନ ଜବତ 

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

Sunil Chandra Nayak

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!