ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵ୍ଯକ୍ତିଗତ ଜାଗାରେ ଜୋର ଜବରଦସ୍ତ ରାସ୍ତା କାମ, ଵିରୋଧ କଲେ ମିଳୁଛି ଧମକ

ବାଲେଶ୍ଵର,୦୮/୭/୨୩ – ନିରୀହ ଲୋକଙ୍କ ଉପରେ ଗ୍ରାମବାସୀଙ୍କ ଜୁଲମ । ବ୍ୟକ୍ତିଗତ ଜାଗାରେ ଜୋରଜବରଦସ୍ତ ତିଆରି ଚାଲିଛି ରାସ୍ତା କାମ । ପ୍ରତିବାଦ କରିବାରୁ ଗାଳି ଗୋଲଜ କରିବା ସହିତ ମାରିଦେବାର ଧମକ । ଏମିତି ଏକ ଘଟଣା ଘଟିଛି ବସ୍ତା ବ୍ଲକ ପୁଟୁରା ପଞ୍ଚାୟତ ପୁଟୁରା ଗ୍ରାମରେ । ବସ୍ତା ବାଲିଆପାଳ ରାସ୍ତାରୁ ବସ୍ତା ବ୍ଲକ ଅନ୍ତର୍ଗତ ଛଚିନା ଠାରୁ ନାଇକୁଡି ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତାଟି ନିର୍ମିତ ହୋଇଥିଲା ।ଏହି ରାସ୍ତାଟି ଛଚିନାରୁ ଆରମ୍ଭ ହୋଇ ଶିଆଳିଆପଦା ଗ୍ରାମ ଦେଇ ବାଲିସାହି ଓ ପୁଟୁରା ନାଇକୁଡି ରାସ୍ତାକୁ ସଂଯୋଗ କରୁଛି । ଦୁଇବର୍ଷ ପୂର୍ବେ ତିଆରି ହୋଇଥିବା ରାସ୍ତାଟି ଵ୍ଯକ୍ତିଗତ ଜାଗା ଯାହାର ପ୍ଲଟ ନମ୍ବର ୮୭୧ ଵୋଲି ପୁଟୁରା ଗ୍ରାମର କାର୍ତ୍ତିକ ଦେ ଜାଣିବାକୁ ପାଇଲେ । ଏବାବଦରେ ତହସିଲରେ ଜଣାଇଥିଲେ ଏବଂ ରାସ୍ତା କାମକୁ ବନ୍ଦ କରିଥିଲେ, ଏଠି କଥା ଉଠୁଛି ଯେ ପ୍ଲଟ ନମ୍ବର ୨୨୫୯ ଉପରେ ସରକାରୀ ଖାତା ଖତିଆନ ଓ ମେପ ଅନୁଯାଇ ରାସ୍ତାଟି ନିର୍ମାଣ ହେବାର ଥିବାବେଳେ ଗ୍ରାମର ତିଲୋଚନ ରାଉତ, ନବକାନ୍ତ ଶାନ୍ତରା, ବ୍ରହ୍ମାନନ୍ଦ ମୈକାପ ସହିତ ଅନ୍ୟ କିଛି କୁଟଚକ୍ରୀ ବ୍ୟକ୍ତି ସରକାରୀ ରାସ୍ତାକୁ ନିଜ ଆବଦ୍ଧରେ ରଖିଥିବା ବ୍ୟକ୍ତିଙ୍କୁ ଇନ୍ଧନ ଯୋଗାଇ ରାସ୍ତା କାର୍ଯ୍ୟରେ ବାଧା ସୁଷ୍ଟି କରାଉଛନ୍ତି । ଏହି ରାସ୍ତା ଉପରେ ମୁକୁଳିସି, ପୁଟୁରା, ଇଡ଼ିଦା, କଇନଗରି ଏବଂ ନାଇକୁଡ଼ି ପଞ୍ଚାୟତର ଲୋକ ଯାତାୟତ କରିଥାନ୍ତି । ଏନେଇ କାର୍ତ୍ତିକଙ୍କ ଭାଇ ଗୌରାଙ୍ଗ ଦେ ବିଭାଗୀୟ ଅଧିକାରୀ, ଥାନା, ତହସିଲଦାର ଓ ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତୁରନ୍ତ ତଦନ୍ତ କରି ମେପ ଅନୁଯାଇ ରାସ୍ତା ନିର୍ମାଣ କରିବାକୁ କାର୍ତ୍ତିକ ଦେ ଓ ଅନ୍ୟ ଭାଇ ମାନେ ବିଭାଗୀୟ ଅଧିକାରୀକୁ ଅନୁରୋଧ କରିଛନ୍ତି । ଧମକ ଦେଉଥିବା ତ୍ରିଲୋଚନ ରାଉତ କାର୍ତ୍ତିକ ଦେଙ୍କୁ ଏହି ସମସ୍ୟାର ସମାଧାନ କରିଦେବି କହି ଦଶ ହଜାର ଟଙ୍କା ମାଗୁଥିଲେ, ଦେ ବାବୁ ମୋ ପୌତ୍ରିକ ସମ୍ପତି ମୁଁ ପଇସା ଦେବିନାହିଁ କହିଥିଲେ ଏଣୁ ଶ୍ରୀ ରାଉତ ଧମକ ଦେଇଛନ୍ତି । କୌଣସି ପ୍ରକାର ଅଘଟଣ ପାଇଁ ପ୍ରଶାସନ ହିଁ ଦାୟୀ ରହିବେ ଵୋଲି ଧମକର ସମ୍ମୁଖୀନ ହେଉଥିବା ଵ୍ଯକ୍ତି ମାନେ ହିଁ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଫୁଣ୍ଡା ଗାଁରେ ବିବାହଟେଣ୍ଡ ବସାଉ  ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି  ଜଣେ ମୃତ ଜଣେ ଗୁରୁତର

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀ ଶ୍ଯାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ୧୮ ତମ ଶ୍ୟାମ ଜନ୍ମୋତ୍ସବ 

masiha

Leave a Comment

error: Content is protected !!