ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

 ମୟୂରଭଞ୍ଜ – ୭/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ସନ୍ନିକଟ ଆଦର୍ଶ ବିଦ୍ୟାଳୟରେ ଆଜି ୭୪ ତମ ଵନୋତ୍ସବ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ,ବନପାଳ କାଶୀନାଥ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ବୃକ୍ଷର ମହତ୍ଵ ଉପରେ ମୂଲ୍ୟବାନ କଥା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।ଜଙ୍ଗଲ ଧ୍ବଂସ, ଅବକ୍ଷୟ ଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି ।ପ୍ରତିବର୍ଷ ୧ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ବୃଦ୍ଧି ପାଉଛି । ବର୍ତମାନ ଓଡ଼ିଶାରେ ୪୬ ଡିଗ୍ରୀ ତାପମାତ୍ରା ବେଳେ ମେକ୍ସିକୋ ରେ ୫୦ ଡିଗ୍ରୀ ତାପମାତ୍ରା ଛୁଇଁଲାଣି । ସମଗ୍ର ମଣିଷ ସମାଜ, ଜୀବଜନ୍ତୁ ଅସହ୍ୟ ଗରମ, ଗୁଳୁଗୁଳି, ମୌସୁମୀ ଅନିୟମିତତା ରେ ପ୍ରଭାବିତ । ତେଣୁ ସମସ୍ତେ ବୃକ୍ଷ ରୋପଣ କରିବା ସହ ତାହାର ‌ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ଉଚିତ ।ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରୀ ଜି ବିଶ୍ବଲକ୍ଷ୍ମୀ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇଥିଲେ । ବିଦ୍ୟାଳୟ ପରିସରରେ ୫୧୦ ଟି ବୃକ୍ଷ ରୋପଣ କରାଯାଇଥିଲା । ଆଗକୁ ୧୦୦୦ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟକ୍ରମକୁ ଇଂରାଜୀ ଶିକ୍ଷକ ସୁମନ ଯାନା ପରିଚାଳନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଧମୁଣ୍ଡା ର ଯୁବକ ବିଦ୍ୟୁତ୍ ଟ୍ରାନସଫର୍ମର  ରେ ଲାଗି ମୃତ୍ୟୁବରଣ କରିଥିବା ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କ ନୋଟିସ୍ ଜାରୀ

Sunil Chandra Nayak

ଅସୁରଗଡର ପ୍ରସିଦ୍ଧ ରାମଲୀଳା ନାଟକ ମଞ୍ଚସ୍ଥ

masiha

ଶିମିଳିପାଳ ନର୍ସିଂ କଲେଜରେ ରକ୍ତଦାନ ଶିବିରରେ ୟୁନିଟ ରକ୍ତ ସଂଗ୍ରହ

masiha

Leave a Comment

error: Content is protected !!