ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାମଚନ୍ଦ୍ରପୁର ଗାଁରେ ଭୂମି ଝାଙ୍କିର ପୂଜା 

ତା ୧୧/୨/୨୩, ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ ଠାରେ ତା,୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଭୂଇଁ ଝାଙ୍କିର ମାଙ୍କ ଭୂମି ପୂଜା ଲାଗି ରହିଛି I ଏହି ପୂଜାରେ ଗାଁର ଦିଶାରି ହୁଇକା ଲାଛମା, ଜାନି କେ. ଜାମ୍ବରୀ, ସାଉନ୍ତା ଯିବାରାଓ, ପୂଜକ ଭାବରେ ପୂଜା କରିବାର ମୁଖ୍ୟ ଭାବରେ ମାଙ୍କ ପୂଜାର୍ଚ୍ଚନାର ଦାୟୀତ୍ୱ ତୁଳାଇଥାନ୍ତି I ଏହି ଭୂଇଁ ଝାଙ୍କିର ପୂଜା ବର୍ଷକୁ ବର୍ଷ ଧରି ପାରମ୍ଫାରିକ ଭାବରେ ପାଞ୍ଚ ବର୍ଷକୁ ଗୋଟିଏ ଥର କରାଯାଇଥାଏ I ଗାଁର ସମସ୍ତ ଲୋକେ ମାଙ୍କ ପାଇଁ କୁକୁଡ଼ା ବଳି ଦେଇଥାନ୍ତି ଓ ଗାଁରେ ବଜା ସହିତ ଏହି ପୂଜା କରିବାର ମୂଳ ଲକ୍ଷ ହେଲା ଆଦିବାସି ମାନେ ଯେ କୌଣସି ଅଞ୍ଚଳରେ ଥିଲେ ମଧ୍ୟ ସେମାନେ ଡଙ୍ଗର, ବିଲ, ଓ ପଦା ଜମିରେ କିଛିନା କିଛି ଚାଷ କରି ଜୀବିକା ନିର୍ବାହ କରନ୍ତି I ଓ ତାଙ୍କର ଗୃହ ପାଳିତ ପଶୁ ଗାଈ, ଛେଳି, ମେଣ୍ଡା, ମଇଁଷି ଇତ୍ୟାଦି ଜମିରେ ହୋଇଥିବା ଘାସ ଗଛ ଲତାର ଡ଼ାଲ ଖାଇ ବଞ୍ଚିଥାନ୍ତି I ଏହିପରି ଆଦିବାସୀ ମାନେ ଭୂମିରେ ଚାଷ କରି ଖାଇଥିବା ହେତୁ ଓ ଭୂମି ଉପରେ ନିର୍ଭର କରିଥିବା ଯୋଗୁଁ ଭୂମିରେ କରିଥିବା ଚାଷ ଭଲ ହବା ସହ ଘରର ପଶୁମାନେ ମଧ୍ୟ ଭଲରେ ରହିବା ପାଇ ଭୂମି ଝାଙ୍କିର ପୂଜା କରିଥାନ୍ତି I ଏହି ଝାଙ୍କିର ପୂଜା ପାଇଁ ଗାଁର ମୁଣ୍ଡରେ ରହିଥିବା ମନ୍ଦିର ଠାରେ ତିନିଦିନ ହବ ପୂଜା ମା ପାଇ ଆସୁଛନ୍ତି I ଆଜି ପୂଜା ମାଙ୍କ ପୂଜା ଶେଷ ଦିନ ଅବସରରେ ଗାଁରେ ଏକ ମନ ରଞ୍ଜନ ପାଇଁ ବୁଗି ବୁଗୀ କରିବା ପାଇଁ ଆୟୋଜନ କୋରାଯାଇଛି I ବୁଗିବୁଗିରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ପାଇଥିବା ବ୍ୟକ୍ତିଙ୍କୁ ୩ ହଜାର,ଦ୍ୱିତୀୟ ସ୍ଥାନ ପାଇଥିବା ବ୍ୟକ୍ତିଙ୍କୁ ୨ ହଜାର ଓ ତୃତୀୟ ସ୍ଥାନ ପାଇଥିବା ବ୍ୟକ୍ତିଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇ ଥିବାର ସୂଚନା ମିଳିଛି I

ଆଜିର ଏହି ଭୂମି ଝାଙ୍କିର ପୂଜାରେ ସହଯୋଗୀ ଭାବେ ଥିଲେ କଣ୍ଡାତାମରା ଜାମା, କେ. ସୁନ୍ଦୁରୁ, କେ. ସୁବାରାଓ, କେ. ମୋହନ ଓ କେଣ୍ଡରୁକା କାଣ୍ଟୁ ଓ ଗ୍ରାମର ଭଦ୍ର ବ୍ୟକ୍ତିମାନେ ପୂଜାରେ ଉପସ୍ଥିତ ରହି ପୂଜାକୁ ସୁରୁଖୁରୁରେ ଶେଷ କରିଥିଲେ I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଲମ୍ବସରୀ ରେ ମାଁ ଚକରାପଥର ଦେବୀ ଙ୍କ ନିଶି ପୂଜା

Sunil Chandra Nayak

Leave a Comment

error: Content is protected !!