ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନାଗଭଣ ରାଧା ଗୋବିନ୍ଦ ଧାମରେ ରାଧାଷ୍ଟମୀ ଧୁମଧାମରେ ପାଳିତ

ନାଗଭଣ ରାଧା ଗୋବିନ୍ଦ ଧାମରେ ରାଧାଷ୍ଟମୀ ଧୁମଧାମରେ ପାଳିତ

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୧୯/୦୯ ଆଜି ପବିତ୍ର ରାଧାଷ୍ଟମୀ ।ଏହି ଅବସରରେ ରାଇରଙ୍ଗପୁର ଠାରୁ ୭ କିମି ଦୂର ନାଗଭଣ ଗ୍ରାମରେ ରାଧା ଗୋବିନ୍ଦ ଧାମରେ ଜଗତ ଗୁରୁ କୃପାଳଜୀ ମହାରାଜ ଜୀଙ୍କ ପଟ୍ଟଶିଷ୍ଯ ସ୍ଵାମୀ ମୁକୁନ୍ଦାନନ୍ଦଜୀଙ୍କ ଦ୍ବାରା ୨୩ ନଭେମ୍ବର ୨୦୧୭ ମସିହାରେ ସ୍ଥାପିତ ହୋଇଥିବା ରାଧାକୃଷ୍ନ ମନ୍ଦିର ପରିସରରେ ପବିତ୍ର ରାଧାଷ୍ଟମୀ ଅବସରରେ ଶ୍ରଦ୍ଧାଳୁମାନଙ୍କୁ ଦ୍ଵାରା ଆନନ୍ଦ ,ଉଲ୍ଲାସ ଓ ଭକ୍ତିର ସହିତ ପାଳିତ ହୋଇଯାଇଛି ।ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରିଥିଲେ । ମା’ର ରାଧାଙ୍କ ପାଦପୂଜା,ରାଧାକୃଷ୍ନଙ୍କ ଝୁଲଣ ପୂଜାର୍ଚ୍ଚନା,ସଂକିର୍ତ୍ତନ ,ଭଜନବ୍,ଆରତୀ ବହୁ ଭକ୍ତିମୟ,ଆଧ୍ୟାତ୍ମିକତାମୟ ଓ ରସମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା ।ରାଧା ରାଧା ଭଜନରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।ମନ୍ଦିର କମିଟି ତରଫରୁ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ରାଇରଙ୍ଗପୁର ଆଖପାଖରୁ ମା’ ରାଧାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ଵାଦ ନେବାପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥିଲେ ।

Related posts

ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ 

masiha

ଧରାକୋଟ ରେ ତିନି ଠାକୁରଙ୍କ ନେତ୍ର ଉତ୍ସବ ପାଳନ 

Sunil Chandra Nayak

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ 

Leave a Comment

error: Content is protected !!