ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ – ୨୦୨୩ , ୮୨୧ ମାମଲ ଫଇସଲା

ଭବାନୀପାଟଣା:୧୧/୦୨ – (ମ.ନି.ସ):- କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୩ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ତା୧୧/୦୨/୨୦୨୩ ରିଖ (ଶନିବାର)  ଦିନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜର୍ଜ (vigilance) ତଥା ଭାରପ୍ରାପ୍ତ ଜିଲ୍ଲା ଓ ଦୌରା ଜର୍ଜ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ.ଶ୍ରୀକାନ୍ତ ମିଶ୍ର ଓ ସଚିବ ଶ୍ରୀ ଶୁଭ ଗୌତମ ମିଶ୍ର ଙ୍କ ପ୍ରତକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧୫ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ମୋଟ ଟ.୪୨.୩୨.୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୩୬ ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇ ଥିବାବେଳେ ବିଚାର ଯୋଗ୍ଯ ୧୯୮ ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act cases (ଦଫା – ୧୩୮) ୫ ଟି ଫଇସଲା କରାଯାଇ ଟ.୩.୧୫.୦୦୦ ଙ୍କା ଆଦାୟ କରାଯାଇଥିଲା।ବିବାହ ଜନିତ ମକଦ୍ଦମା ୧୩ ଗୋଟି ଫଇସଲା କରାଯାଇଥିଲା। ରାଜସ୍ୱ ମକଦ୍ଦମା ୨୫୨ ଟି ଫଇସଲା କରାଯାଇ ଟ.୨.୪୯.୧୮୩ ଙ୍କା ଆଦାୟ କରାଯାଇଥିଲା। ଶ୍ରମିକ ବିବାଦ ଜନିତ ମକଦ୍ଦମା ୦୨ ଫଇସଲା କରାଯାଇ କ୍ଷତି ପୂରଣ ବାବଦକୁ ଟ. ୧୩.୪୦.୦୦୦ ଙ୍କା ପ୍ରଦାନ କରାଯାଇଥିଲା। ଏତତ୍ ବ୍ଯତୀତ ୧ ଗୋଟି ଖାଉଟି ବିବାଦ ଜନିତ ମକଦ୍ଦମା ଫଇସଲା କରାଯାଇ କ୍ଷତି ପୂରଣ ବାବଦକୁ ଟ.୨୦.୦୦୦ ଙ୍କା ପ୍ରଦାନ କରାଯାଇଥିଲା ଓ ୨୯୯ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ. ୨୫.୪୬.୧୦୦ ଙ୍କା ଆଦାୟ କରାଯାଇଥିଲା

ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜର୍ଜ( vigilance) ଶ୍ରୀକାନ୍ତ ମିଶ୍ର,ପରିବାର ଅଦାଲତ ଜର୍ଜ,ଲଳିତ କୁମାର ଦାସ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ,କଳାହାଣ୍ଡି ଶ୍ରୀ ସୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜର୍ଜ( ଏଇ ଆର – ଏଲଟିଭି) ଶ୍ରୀଦିପ ମିଶ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର ଓ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଧର୍ମଗଡ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ

masiha

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୭୪ ଦିନରେ ୧୨୫୧, ଅଭିଯାନ ସଫଳ ଅଭିମୁଖ୍ୟେ

Sunil Chandra Nayak

ଗାଧୋଇବା ସମୟରେ କୋଏଲ ନଦୀରେ ଯୁବକ ବୁଡ଼ିଗଲେ

Leave a Comment

error: Content is protected !!