ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡମ କର୍ଲାଖୁଣ୍ଟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଧୁମଭାଟ ଚାମ୍ପିଅନ

ମ.ରାମପୁର,୧୮/୦୨(ମସୀହା): ମ. ରାମପୁର ବ୍ଲକ ଅନ୍ତର୍ଗତ କର୍ଲାଖୁଣ୍ଟା ୟୁଥ୍ କ୍ଳବ ତରଫରୁ ପଞ୍ଚlୟତ୍ ସ୍ତରୀୟ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନୀଳମାଧବ ସିଂହ ଦେଓ, ସମ୍ମାନିତ ଅତିଥିଭାବରେ ଡମ କର୍ଲାଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣା, ଲବ ଛତ୍ରିଆ, ହରି ମହାନନ୍ଦ, ପରମାନନ୍ଦ ଛତ୍ରିଆ, ଗଜିନ୍ଦ୍ର ପାତ୍ର, ସୁଧୀର ସେନାପତି, ଲିଙ୍ଗରାଜ ବିଭାର, ଫକିର ରଣା, ରାଜୀବ ପୁଝାରୀ, ୱlର୍ଡ ମେମ୍ବର ପୂର୍ଣ୍ଣିମା ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉଷାହିତ କରିଥିଲେ । ପ୍ରଥମେ ଧୂମାଭାଟ ଦଳ ଟସ୍ ଜିତି ୧୦ ଓଭର ରେ ୧୧୭ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାରେ ବାଗଡ ଦଳ ୧୦ ଓଭର ରେ ୧୦୦ ରନ କରିଥିଲେ l କମିଟି ର ସଭାପତି ମନୋଜ କୁମାର ସାହୁ , ସମ୍ପାଦକ ଜୟନ୍ତ ଛତ୍ରିଆ ,କୋଷାଧ୍ୟକ୍ଷ ଗୁଣନିଧି ଙ୍କ ସହ ଚିଙ୍କୁନୁ , ନରେଶ , ଗୁରୁଦେବ ,ସୁଶାନ୍ତ ,ସୁଲଶିଙ୍ଗ ,ଲୋଚନ, ପଙ୍କଜ, ଗୋବର୍ଦ୍ଧନ , ପୁରସ୍ତମ ପ୍ରମୁଖ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଅମ୍ପାୟାର ଭାବରେ ପୁରସ୍ତମ ଛତ୍ରିଆ ଓ ଆଶିଷ ପୁଝାରୀ ଦାୟିତ୍ୱ ନିର୍ବାହ କରି ଥିଲେ । ସ୍କୋର ବୋର୍ଡ ଦାୟିତ୍ୱ ରେ ନିତ୍ୟା ଏବଂ କମଲ ଲୋଚନ ଧଙ୍ଗଡା ମାଝୀ,ସଞ୍ଜୟ ଛତ୍ରିଆ , ବଲଦେବ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ l

ମ.ରାମପୁରରୂ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମା ମାଉଲି କ୍ରିକେଟ କ୍ଳବ ତରଫ ରୁ ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ , ରୂପ୍ରା ଟିମ ଚାମ୍ପିୟାନ

Sunil Chandra Nayak

ରାମଚନ୍ଦ୍ରପୁରରେ ୨୪ ତମ ଦୁଇ ଦୀବସୀୟ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଜାତୀୟ କ୍ରୀଡ଼ା ଦିବସ ୨୦୨୪ ପାଳିତ 

masiha

Leave a Comment

error: Content is protected !!