ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳ ପୂର୍ଣ୍ଣିମା ପାଳିତ 

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳ ପୂର୍ଣ୍ଣିମା ପାଳିତ 

ଜୁନାଗଡ଼,୧୬/୩(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମର ସର୍ବ ପୁରାତନ ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳପୂର୍ଣ୍ଣିମା ମହା ଆଡ଼ମ୍ବରରେ ପାଳିତ ହେଇ ଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭବାନୀପାଟଣା ର ତହସିଲଦାର ସୁଚିମିତ୍ରା ମିଶ୍ର,ସମ୍ମାନିତ ଅତିଥି ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଶାମୁକା ରାଣୀ,ବିଜେପି ର ବରିଷ୍ଟ ନେତା ସତ୍ୟ ବେହେରା, ବରିଷ୍ଟ ସମାଜ ସେବୀ ପ୍ରାଣ କିଶୋର ପଣ୍ଡା,ଯୁବ ଶିକ୍ଷାବିତ ଗୋଦାବରୀଶ ପଣ୍ଡା,କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ସଭାପତି ଜ୍ଞାନ ରଞ୍ଜନ ପଣ୍ଡା ମଞ୍ଚାସିନ ଥିଲେ।ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସାମାଜିକ ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ ମଞ୍ଚସ୍ଥ ହୋଇଥିଲା । ଏଥିରେ ଭବାନୀ ପଟ୍ଟନାୟକ ନିର୍ଦ୍ଦେଶନା ଓ ସହ ନିର୍ଦ୍ଦେଶନା ଆଦିତ୍ୟ କୁମାର ପଣ୍ଡା ଦେଇଥିଲେ । ଏହି ଅବସରରେ ସାମ୍ବାଦିକତା ପାଇଁ ବରିଷ୍ଟ ସାମ୍ବାଦିକ ଅଂଶୁମାନ ପାତ୍ର, ଇଙ୍ଗିତ ପଣ୍ଡା, ନିକୁଞ୍ଜ ଚଲାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ସାମନ୍ତ ପଟ୍ଟଯୋଶୀ ,କଳା କ୍ଷେତ୍ର ରେ ଆଦିତ୍ୟ କୁମାର ପଣ୍ଡା,ବଳରାମ ହଂସ କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଚାରବାହଲ ତଥା ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ସମାଗମ ହୋଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡିଗ୍ରୀ ମହାବିଦ୍ୟାଳୟର ନୂତନ ଭିତ୍ତିଭୂମି ପାଇଁ ଶିଳାନ୍ୟାସ କଲେ ବିଧାୟକ 

Sunil Chandra Nayak

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

masiha

ମଘାମରା ରେ ବ୍ଳକ ସ୍ତରୀୟ ଜୈବିକ କପା ଚାଷ ଭିତ୍ତିକ ବୈଷୟିକ ତାଲିମ ଶିବିର 

Sunil Chandra Nayak

Leave a Comment

error: Content is protected !!