ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଡ଼ିଆ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା 

ନଡ଼ିଆ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା 

ନବରଙ୍ଗପୁର :(୭/୧୨/୨୪)ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମର କ୍ଷେତ୍ର ନାୟକଙ୍କ ପୁଅ ସୀମାଞ୍ଚଳ ନାୟକ ୪୮ ଗାଁ ମୁଁହ ନିକଟରେ ଥିବା ଏକ ନଡ଼ିଆ ଗଛରେ ଚଢ଼ି ବେକରେ ଦଉଡି ଲଗାଇ ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି। ରାତି ନଅ ଘଣ୍ଟା ସମୟରେ କିଛି ଲୋକ ଏକ ଶବ୍ଦ ଶୁଣିବା ପରେ ଆଖ ପାଖ ସ୍ଥାନ ନିରୀକ୍ଷଣ କରି ଏକଥା ଦେଖିବା ପରେ ଧରାକୋଟ ଥାନାକୁ ଖବର ଦେଇଥିଲେ । ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଧରାକୋଟ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାପରେ ତାଙ୍କୁ ସିଡି ଦ୍ଵାରା ନଡ଼ିଆ ଗଛରୁ ଉଦ୍ଧାର କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ସିମାଞ୍ଚଳ ଆଖ ପାଖ ଗାଁ ରେ ନଡିଆ ତୋଳାଳୀ ଭାବରେ ଜଣାଶୁଣା । ତାଙ୍କର ସ୍ତ୍ରୀ ସମେତ ତିନି ଜଣ ସନ୍ତାନ ଅଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚାରବାହାଲ ରେ ନୂଆ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା ଆରମ୍ଭ

Sunil Chandra Nayak

ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ରୂପେ ସୁବ୍ରତ କୁମାର ଘୋଷାଲଙ୍କ ଦାୟିତ୍ୱ ଗ୍ରହଣ

ଆସ୍ଥା ଓ ବିଶ୍ୱାସର ପୀଠ ସିନାପାଲି ଶିବ ମନ୍ଦିର- , ମନ୍ଦିର ପ୍ରତିଷ୍ଠା ପରେ ଅଂଚଳରେ ଖୁସିର ମାହୋଲ 

Leave a Comment

error: Content is protected !!