ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବସଷ୍ଟାଣ୍ଡ ନା ମାର୍କେଟ କମ୍ପ୍ଲେକ୍ସ , ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ରାସ୍ତାରେ ଜମୁଛି ପାଣି

ଜୁନାଗଡ଼,୨୦/୩(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନୂଆବସ ଷ୍ଟାଣ୍ଡ ଠାରେ ବର୍ତ୍ତମାନ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଦ୍ୱାରା ନୂଆ କରି ଏକ ବଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏହି ବସଷ୍ଟାଣ୍ଡ ଯୋଗୁଁ ଅନେକାଂଶରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ବସଷ୍ଟାଣ୍ଡର ଭୁଲ ଡିଜିଇନ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରହିବାକୁ ଜାଗା ନଥିବା ବେଳେ ଏବେବି ରାସ୍ତାରେ ପାଣି ଜମୁଛି । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ ଏହି ନୂତନ ବସଷ୍ଟାଣ୍ଡ ରେ ପାଣି ଜମୁଥିବା ବେଳେ ବର୍ଷା ଋତୁରେ ଏହା କିଭଳି ହେବ ସେନେଇ ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । 

ସୂଚନାରୁ ପ୍ରକାଶ ଯେ, ବସ ରହଣି ଓ ଲୋକେ ବସକୁ ଅପେକ୍ଷା କରିବା ପାଇଁ ତତ୍କାଳୀନ ଧର୍ମଗଡ଼ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି. କେ ପାଣ୍ଡିଆନ ଏକ ବସଷ୍ଟାଣ୍ଡ ନିର୍ମାଣ କରିଥିଲେ । ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଯାତ୍ରୀମାନଙ୍କ ପାଇଁ ସୁବିଧା ହେବା ସହ ଅନେକ ସରକାରୀ ଓ ବେସରକାରୀ ବସ ବସଷ୍ଟାଣ୍ଡ ଭିତରେ ରହୁଥଲା । ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ଦିଆଗଲା । ଅନେକ ଆସ୍ଥାୟୀ ଦୋକାନକୁ ଭାଙ୍ଗି ଦେବା ଫଳରେ ଦୋକାନୀ ମାନେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ କୋଟିଏ ଟଙ୍କା ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ହେଲେ ଭୁଲ ଡିଜାଇନରେ ନିର୍ମାଣ ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ଯାତ୍ରୀଙ୍କ ପାଇଁ ଆଗଭଳି ବସିବା ସୁବିଧା ନ ଥିବା ବେଳେ ବସ ଆଉ ବସଷ୍ଟାଣ୍ଡ ଭିତରକୁ ପ୍ରଵେଶ ପାଇଁ ସୁବିଧା କରାଯାଇନାହିଁ । ଗର୍ଭବତୀ ମହିଳା, କିମ୍ବା ବୁଢ଼ାବୁଢ଼ୀ ,ଛୋଟ ଛୁଆ ବସ ଅପେକ୍ଷା କରିବାକୁ ହେଲେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡୁଛି । ବର୍ତ୍ତମାନ ଏହି ନୂତନ ବସଷ୍ଟାଣ୍ଡ ଉପରେ ପାଣି ଜମୁଥିବା ଦଖିବାକୁ ମିଳୁଛି । ଯଦି ଗ୍ରୀଷ୍ମପ୍ରବାହ ସମୟରେ ପାଣି ଜମୁଛି ବର୍ଷା ହେଲେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବା ସମ୍ଭାବନା ରହିଛି। 

ରାଜନେତା, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବସଷ୍ଟାଣ୍ଡକୁ ବସଷ୍ଟାଣ୍ଡ ଭଳି ନିର୍ମାଣ ନକରି ମାର୍କେଟ କମ୍ପ୍ଲେକ୍ସ ଭଳି ନିର୍ମାଣ କରାଯାଇଛି ବୋଲି ମଧ୍ୟ ଲୋକେ ଅଭିଯୋଗ କରୁଛନ୍ତି ।ଏଥିନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଆମ୍ଭେ ମିଳିତ ଭାବେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ହୋଇଛି ବୋଲି କହିଥିଲେ। ଅନ୍ୟପକ୍ଷରେ ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହୋଇଛି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଇନ୍ଦ୍ରାବତୀ ଠିକାଦାର କଲ୍ୟାଣ ସଙ୍ଘ ବୈଠକ

Sunil Chandra Nayak

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

Sai Valley world institute organised the Fresher’s welcome party ARAMBHA

Sunil Chandra Nayak

Leave a Comment

error: Content is protected !!