ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ କୁଲତା ନାଏକ ବଂଶୀୟ ସମାବେଶ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଭାଟେଲ ଗ୍ରାମରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ କୁଲତା ସମାଜର ନାଏକ ବଂଶୀୟ ସମାବେଶ ଅନୁଷ୍ଠିତ ହୋଇଥିଲା।ତୁଲାପଡା ଗ୍ରାମରୁ ଏକ ମଶାଲ ଯାତ୍ରାରେ ସନ୍ତୋଷାନନ୍ଦ ନାଏକ ପରିବାର ଭାଟେଲ ଗ୍ରାମକୁ ଆସିଥିବା ବେଳେ ସମାବେଶ ସ୍ଥଳରେ ବରିଷ୍ଠ ନାଗରିକ ସାରଥୀ ନାଏକଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ହୋଇଥିଲା। ବଂଶ ସୁରକ୍ଷା ସମିତି ସଭାପତି କେଶବ ଚନ୍ଦ୍ର ବିଶ୍ୱାଳ, ମୁଖ୍ୟ ବକ୍ତା ଗଣପତି ନାଏକ ସମ୍ମାନିତ ଅତିଥି ଭାବେ ରଘୁନାଥ ନାଏକ, ସଂପାଦକ ପ୍ରଦୀପ କୁମାର ନାଏକ, ନିର୍ମଳ ନାଏକ, ହୃଷିକେଶ ନାଏକ, କୃଷ୍ଣ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଗଣପତି ନାଏକଙ୍କ ରଚିତ ପୁସ୍ତକଟିକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ନାଏକ ବଂଶୀୟ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉପସଭାପତି ଅରୁଣ ନାଏକ, କୋଷାଧ୍ୟକ୍ଷ ମନମୋହନ ନାଏକ, ପଦ୍ମଚରଣ ନାଏକ, ସୁରେଶ ନାଏକ ଓ ଜଗଦିଶ ନାଏକ ସହଯୋଗ ପ୍ରଦାନ କରିଥିଲେ। ଭାଟେଲ ଗ୍ରାମର ଜତିଦ୍ର ନାଏକ, ଯୁବରାଜ ନାଏକ ବ୍ୟବସ୍ଥା କାର୍ଯ୍ୟ ତୁଲାଇଥିଲେ। ମନମୋହନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

୭୮ ତମ ସ୍ଵାଧୀନତା ଦିବସ ଅବସରରେ ସି ଆଇ ଟି ୟୁ ପକ୍ଷରୁ ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ଦାବିରେ ଗଣଦୌଡ

masiha

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!