ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ଗଠନ

ରୁପ୍ରା, ୨୦/୩ (ମନିସ) : ନର୍ଲାବ୍ଲକ୍ ଅଧିନ ଶାନ୍ତପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ଆଜି ପୁନର୍ଗଠନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ପୂର୍ବ ସରପଞ୍ଚ ଟିକେଧର ସାହୁଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ପରେ ସର୍ବ ସମ୍ମତି ଭାବରେ କମିଟିର ପୁନର୍ଗଠନ ପାଇଁ ଉପସ୍ଥିତ ଥିବା ୧୯୮୨ ମସିହାରୁ ଶାନ୍ତପୁର ଓ ବଡଧାରପୁର୍ ଅଞ୍ଚଳର ସମସ୍ତ ପୁରାତନ ଛାତ୍ର ମତବ୍ୟକ୍ତ କରିଥିଲେ। ସର୍ବ ସମ୍ମତି ଭାବରେ ଏକ ୧୫ ଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ ନିମନ୍ତେ ସ୍ଥିରୀକୃତ ହୋଇଥିଲା। ପୁରାତନ ଛାତ୍ର ସଙ୍ଗଠନର ସଭାପତି ଭାବରେ ଟିକେଧର ସାହୁ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଗଣେଶ ସା, ସମ୍ପାଦକ ଘନଶ୍ୟାମ ବିଶ୍ୱାଳ, ସହ ସମ୍ପାଦକ ଚଣ୍ଡୀଦାସ ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ତାଣ୍ଡି ମନୋନୀତ ହୋଇଥିବା ବେଳେ କମିଟିର ସଦସ୍ୟ ଭାବରେ ଟଙ୍କଧର ମେହେର, ଅଶୋକ ରାଉତ, ଦିଲୀପ ସା, ପ୍ରମାନନ୍ଦ ସାହୁ, ସୁବ୍ରତ ସାହୁ, ଜୟ ମେହେର, ସର୍ଦାକର ସାହୁ, ସୁଦର୍ଶନ ଦୋରା, ଟୁକୁଲାଲ ସାହୁ ଓ ନେପାଳ ଚନ୍ଦ୍ର ବିଶ୍ୱାଳ ମନୋନୀତ ହୋଇଛନ୍ତି। ଉକ୍ତ ବୈଠକରେ ଶାନ୍ତପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ସା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର, ଶିକ୍ଷକ ତପନ ମିଶ୍ର ଓ କିଶୋର ସା, ଶଙ୍କର ପଧାନ ଓ ଅବନୀ ସାହୁଙ୍କ ସମେତ ପୁରାତନ ଛାତ୍ର ଉପସ୍ଥିତ ଥିଲେ। ଶେଷରେ ଗୋବିନ୍ଦ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଦାସିଗାଁ ଠାରେ ନୂତନ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଇପିଏଫ ପେନସନର୍ସ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ

masiha

ସହରବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ , କଟକ ରେଳଷ୍ଟେସନକୁ ଓଏମପି-ଶିଖରପୁର ହେବ ମୁଖ୍ୟ ପ୍ରବେଶ ଦ୍ବାର

Leave a Comment

error: Content is protected !!