ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକ୍କାରେ ଜଣେ ମୃତ, ବାଇକ ଚାଳକ ଗୁରୁତର

କନ୍ଧମାଳ:20/03(ମନିସ): କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଛକରେ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରିଗୁଡ଼ା ଗ୍ରାମର ଚନ୍ଦ୍ରମଣି ଦିଗାଲ (୭୦) ବିଶିପଡ଼ା ଛକକୁ ମାଂସ କିଣିବାକୁ ଆସିଥିବା ବେଳେ ଫୁଲବାଣୀ ପାର୍ଶ୍ବରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସେଠାରେ ପଡ଼ି ଯାଇଥିଲେ ତାଙ୍କୁ ସଦର ପୋଲିସ ତୁରନ୍ତ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ପଠାଇ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ବାଇକ ଚାଳକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେ ଅଚେତ ଅବସ୍ଥାରେ ଥିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ। ଧକ୍କା ଦେଇଥିବା ବାଇକ ନମ୍ବର ହେଲା ଓଡ଼ି ୧୨- ଏ -୫୧୫୯। ଏନେଇ ମୃତ ବ୍ୟକ୍ତିଙ୍କ ବୋହୁ ସୁଚିସ୍ମିତା ଦିଗାଲ ସଦର ଥାନାରେ ଏତଲା ଦେଇଛନ୍ତି। ସଦର ପୁଲିସ ୩୧/୨୩ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହିତ ବାଇକକୁ ଜବତ କରାଯାଇଛି ବୋଲି ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

masiha

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

Sunil Chandra Nayak

ଚିଚେଇଗୁଡା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!