ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଗୁରୁଦିବସ ପାଳନ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ଠାରେ ଆଜି ପବିତ୍ର ଗୁରୁଦିବସ ଓ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମହାନ୍ ଛାତ୍ର ବତ୍ସଲ୍ୟ ଶିକ୍ଷକ ରାଧାକ୍ରିଷ୍ଣନ୍ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ସାରିବା ପରେ ଛାତ୍ର ଛାତ୍ରୀ ଗଣ ଗୁରୁ ପୂଜନ କାର୍ଯ୍ୟ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁ ଗୁରୁଦିବସ ର ମହତ୍ତ୍ୱ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଗୁରୁଜୀ ଜନାର୍ଦ୍ଦନ ବାଗ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୀତାଞ୍ଜଳି ବାଗ, ରଶ୍ମିତା ନାୟକ,ସୌଦାମିନୀ ସାହୁ, ରିତା ସାହୁ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ, ଗଙ୍ଗାଧର ଚଳାନ, ଭୋଜରାଜ ବାଗ, ତୋଫାନ ବାଗ, ଯଶୋବନ୍ତ ଚିନ୍ଦା,ଖୁସିରାମ ସାହୁ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ ।