ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚ୍ଚିଦାନନ୍ଦ ସ୍ମୃତି ସମିତି ର ସ୍ବତନ୍ତ୍ର ସାରସ୍ବତ ସମାବେଶ 

ସଚ୍ଚିଦାନନ୍ଦ ସ୍ମୃତି ସମିତି ର ସ୍ବତନ୍ତ୍ର ସାରସ୍ବତ ସମାବେଶ 

ରାଉରକେଲା: ସଚ୍ଚିଦାନନ୍ଦ ସ୍ମୃତି ସମିତି ର ସ୍ବତନ୍ତ୍ର ସାରସ୍ବତ ସମାବେଶ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ପ୍ରଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତି ଓ ଆଲୋଚକ ଭାବେ କବି ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଆଦି ସାହିତ୍ୟ ର ଅନନ୍ୟ ପୁରୁଷ ମହାକବି ସାରଳା ଦାସ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚକ ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଜାତୀୟ ଜୀବନର କବି ଥିଲେ ସାରଳା ଦାସ। ସମାଜ ରେ ଆତଯାତ ହେଉଥିବା ଚରିତ୍ର ତାଙ୍କ ରଚନାରେ ପ୍ରକାଶ ହୋଇଛି। ଜଗନ୍ନାଥ ଙ୍କ କଥା ପ୍ରାକୃତ ଭାଷାରେ ପ୍ରଥମେ ସାରଳା ଦାସ କରିଥିଲେ। ଏହା ସହ ପୁରୀରେ ଜଗନ୍ନାଥ, ବ୍ରହ୍ମା କିପରି ଶୁଭଦ୍ରାଙ୍କ ମଧ୍ୟରେ ପ୍ରକଟିତ,କୃଷ୍ଣ କିପରି ଜଗନ୍ନାଥ, ଦୁର୍ଯୋଧନ ଓ ତାଙ୍କ ପୁତ୍ର ଲକ୍ଷ୍ମଣ ର ବାର୍ତ୍ତାଳାପ, ରକ୍ତ ନଦୀରେ ଦୁର୍ଯୋଧନ କିପରି ପୁତ୍ରର ଶବ ଉପରେ ନଦୀ ପାରିହେବା ସମୟରେ ଭାବୋଦ୍ଦୀପକ ବିଷର୍ଣ୍ଣ ମନ,ଭୀମ ଭାରଜା, ମହାଭାରତର ଗଙ୍ଗା କିପରି ଶାନ୍ତ ତଥା ସାରଳା ଦାସ ଙ୍କ ଗଙ୍ଗା କିପରି ଉଗ୍ର ଓ କ୍ରୋଧି,ସେ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଶ୍ରୀମତୀ କବି ଶତପଥୀ ସ୍ବାଗତ ଭାଷଣ ସହ ସ୍ବତନ୍ତ୍ର ସାରସ୍ବତ ସମାବେଶର ଆଭିମୁଖ୍ୟ ଓ ସଭାପତି ଶ୍ରୀ ତ୍ରିପାଠୀ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କବି, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ସାରସ୍ଵତ ଜଗତର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହିଳା ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଉପଲକ୍ଷେ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ 

Sunil Chandra Nayak

ବେଲଗୁଣ୍ଠାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ପାଳନ

ନଦୀକୁ ଗାଧୋଇବା ସମୟରେ ପାଣିରେ ବୁଡି ବୃଦ୍ଧ ମୃତ

Leave a Comment

error: Content is protected !!