ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତାକରଡାରେ ପଞ୍ଚୁଦଣ୍ଡ ମହାମିଳନ 

ତାକରଡାରେ ପଞ୍ଚୁଦଣ୍ଡ ମହାମିଳନ 

ବୁଗୁଡ଼ା,-୦୭/୦୪: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାବସର , କୁମ୍ପାପଡା , ରଗଡିମରା , ଶରଧାପୁର , ଧନ୍ଦାରପଲ୍ଲୀ ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ । ଏହି ମହାମିଳନ କାଳରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବା ବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପଞ୍ଚ ଦଣ୍ଡଯାତ୍ରା ଦଳର ସାମୂହିକ ଗ୍ରାମ୍ଯ ପରିକ୍ରମା କାଳରେ ପ୍ରତ୍ଯେକ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ଦୃଶ୍ୟମାନ ହେବା ସହ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥି ସହ ପଞ୍ଚ ଦଣ୍ଡଦଳର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସଂନ୍ଧ୍ଯା ଆଳତି ଆଦି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାନସିକଧାରୀ ରଘୁନାଥ ପ୍ରଧାନଙ୍କ ଦ୍ଵାରା ଆୟୋଜିତ ଉକ୍ତ ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।

ବୁଗୁଡାରୁ ଅକ୍ଷୟ ଵିଶ୍ଵାଳ‌ ମସିହା ନିଉଜ

Related posts

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

Sunil Chandra Nayak

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

masiha

ଜୀବନଖୋଲର ବାବା ଜୀବନେଶ୍ୱର 

Sunil Chandra Nayak

Leave a Comment

error: Content is protected !!