ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ଆନୁକୂଲ୍ୟରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ଗୋପବନ୍ଧୁ ପାଠାଗାରରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ
ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ଆନୁକୂଲ୍ୟରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ରାଉରକେଲା, ୭/୪/୨୫. // ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ପାଠାଗାର ପରିସରରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ବ୍ରୀଜମୋହନ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ମାନସିକ ସ୍ଵାସ୍ଥ୍ୟର ଗୁରୁତ୍ବ ଅଧିକ ବୋଲି କହିଥିଲେ। ଯେକୌଣସି ବ୍ୟକ୍ତିର ବ୍ୟବହାର ତାଙ୍କର ବାତାବରଣ ଦ୍ବାରା ପ୍ରଭାବିତ ହୋଇଥାଏ। ଅସୁସ୍ଥତା କେବଳ ବୟସ ଉପରେ ନିର୍ଭରଶୀଳ ନୁହଁ।

ବୟସ ଅନୁସାରେ ଶରୀରର ଅବକ୍ଷୟ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ପ୍ରତ୍ୟେକ ମଣିଷର ତିନୋଟି ପୃଥକ୍ ପରିସର – ବ୍ୟକ୍ତିଗତ, ସାମାଜିକ ଏବଂ ବୃତ୍ତିଗତ । ଏହି ତିନୋଟିକୁ ପରସ୍ପର ଠାରୁ ଭିନ୍ନ ରଖିବାକୁ ହେବ। ସମୟ ଅନୁଯାୟୀ ସାମାଜିକ ପରିବର୍ତ୍ତନକୁ ସ୍ବିକାର କରିବାକୁ ପଡ଼ିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ୨୦୫୦ ବେଳକୁ ବୟସ୍କ ନାଗରିକଙ୍କ ସଂଖ୍ୟା ଦୁଇଗୁଣ ହୋଇଯିବ ଏବଂ ଶତକଡ଼ା ୩୦ ଭାଗ ବୟସ୍କ ବ୍ୟକ୍ତି ମାନସିକ ଅବସାଦର ଶିକାର ହୋଇଥା’ନ୍ତି ।

ଏକାନ୍ତ ଅନୁଭବ ମଣିଷକୁ ରୋଗଗ୍ରସ୍ତ କରିଦିଏ। ଏଥିପାଇଁ ଆବଶ୍ୟକ ସହାନୁଭୂତି। ରୋଗୀଙ୍କୁ ଠିକ୍ ଭାବେ ଚିହ୍ନଟ କରି ଡ଼ାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ଉପରେ ଡାକ୍ତର ସିଂହ ଗୁରୁତ୍ବ ଆରୋପ କରିଥିଲେ। ମହିଳା ସମିତିର ସଭାପତି ସବିତା ସାହୁଙ୍କ ଆବାହକତ୍ବରେ ଏବଂ ପାଠାଗାରର ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଡାକ୍ତର ଗୋକୁଳାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସବିତା ସାହୁ ମହିଳା ସମିତି ତରଫରୁ ସମସ୍ତଙ୍କୁ ସ୍ବାଗତ କରିବା ସହ ଆଜି ଦିବସର ମହତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମହିଳା ସମିତିର ସଦସ୍ୟା ମାନେ ସ୍ବାଗତ ସଂଗୀତ – ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ ପାଠାଗାରର କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଉଭୟ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ସହ ସହରର ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିଲ୍ଲୀ ଅଭି ମୁଖେ ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କ ଯାତ୍ରା

masiha

ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

Sunil Chandra Nayak

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

masiha

Leave a Comment

error: Content is protected !!