ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

  ମୟୂରଭଞ୍ଜ- ୭/୦୪ // ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢ଼େଇପାହାଡି ପଂଚାୟତ ର ଡୁମୁରିକୁଦର ଗାଁ ରେ ଭୂମିଜ ମାନଙ୍କ ସାରହୁଲ ପର୍ବ ଦୁମଧାମ ପାଳିତ ହୋଇଯାଇଛି l ଆଖ ପାଖ ଗାଁ ରୁ ଭୂମିଜ ଲୋକ ମାନେ ଯୋଗ ଦେଇଥିଲେ l ଭୂମିଜ ମାନେ ଭାରତ ର ରାଜ୍ୟ ଆସାମ, ଓଡିଶା, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ରେ ଦେଖିବାକୁ ମିଳନ୍ତି l ସେମାନେ ଓଡିଶା ର ମୁଖ୍ୟତଃ ମୟୁରଭଞ୍ଜ ଜିଲ୍ଲା ରେ ରୁହନ୍ତି l ଜାହିରା ରେ ଶାଳ ବୃକ୍ଷ ମୂଳ ରେ ସଳିତା, ସିଧୂର, ଧୁପ, ଆମ୍ବ ଫୁଲ, ଶାଳ ପୁଲ ଏବଂ କୁକୁଡ଼ା ପୂଜା କରାଯାଇଥିଲା l ପ୍ରକୃତି ଦେବୀ ଠାରୁ ଆଶୀର୍ବାଦ ଗ୍ରହଣ କରି ଜାୟା ଦାରମ ଏବଂ ବାହାଆତମ କରାଯାଇଥିଲା l ପୁରୁଷ ମାନେ କାନ ରେ ଏବଂ ଝିଅ ମାନେ ଖସା ରେ ଶାଳ ଫୁଲ କୁ ଲଗାଇ ମାଦଲ ତାଳ ରେ ନାଚି ଥିଲେ l ଏହି କାର୍ଯ୍ୟକ୍ରମ ରେ ଗୁଲାପ ସିଂ, ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର, ପ୍ରଶାନ୍ତ ମୁଣ୍ଡା, ଟକଲ ଏବଂ ସଞ୍ଜୟ ମୁଣ୍ଡା ଅଥିତି ଭାବେ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲା ସ୍ତରୀୟ ଉତ୍ସାହ ଓ ମହକ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କେନ୍ଦୁମୁଣ୍ଡି ଗ୍ରାମରେ ଜଳକଷ୍ଟ 

masiha

ଧର୍ମଗଡ଼ ବ୍ଲକ୍‌ର ପୁଣି ଏକ ଗୌରବମୟ ସଫଳତା…. ଧର୍ମଗଡ଼ ବ୍ଲକ ର ଦୁଇଟି ବିଦ୍ୟାଳୟ ଓ ଗୋଟିଏ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!