ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫ୍ୟୁଚର ଓଡ଼ିଶା ପଵ୍ଳିକ୍ ସ୍କୁଲ ତରଫରୁ ସପ୍ତାହଵ୍ଯାପୀ ଗ୍ରୀଷ୍ମ ଅଭ୍ୟାସ କ୍ଯାମ୍ପ

ଫ୍ୟୁଚର ଓଡ଼ିଶା ପଵ୍ଳିକ୍ ସ୍କୁଲ ତରଫରୁ ସପ୍ତାହଵ୍ଯାପୀ ଗ୍ରୀଷ୍ମ ଅଭ୍ୟାସ କ୍ଯାମ୍ପ

ରାଇରଙ୍ଗପୁର –  ରାଇରଙ୍ଗପୁର ର ଲିଙ୍କ ରୋଡ ସ୍ଥିତ ଫ୍ୟୁଚର ଓଡ଼ିଶା ପବ୍ଲିକ ତରଫରୁ କୁନି କୁନି ବିଦ୍ୟାର୍ଥୀଙ୍କ ପାଇଁ ସପ୍ତାହ ଵ୍ଯାପି ଗ୍ରୀଷ୍ମାଭ୍ଯାସର ବିଭିନ୍ନ କାର୍ଯ୍ଯକ୍ରମ ପ୍ରିନସିପାଲ ଜାହ୍ନଭି ରାମଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଗ୍ରୀଷ୍ମ ଛୁଟିରେ ୩୦ ରୁ ଉର୍ଧ୍ଵ କୁନି କୁନି କିଭଳି ଼ସଖୁସି ଓ ମଉଜ ମଜଲିସରେ ନୃତ୍ୟଗୀତ, ରୋଷେଇ, ସୁସ୍ଵାଦୁ ଖାଦ୍ୟ, ସାଙ୍ଗସାଥୀ ମିଳନ, ପରିବେଶ, ବିଜ୍ଞାନ ସମ୍ବନ୍ଧୀୟ,ଆର୍ଟ ପ୍ରଭୃତି ରେ ଅଂଶ ଗ୍ରହଣ କରି ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ ।ପରେ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଯୁବ ସମାଜସେବୀ ହରପ୍ରସାଦ ସର୍ଦାର,ତାଙ୍କ ପତ୍ନୀ ନଥିଲା ସର୍ଦାର,ଉପଦେଷ୍ଟା ନିତ୍ୟାନନ୍ଦ ବାରିକ,ଟ୍ରଷ୍ଟି ସଦସ୍ୟ ତଥା ପରିଚାଳକ ସଞ୍ଜୟ ନାୟକ , ତପନ ମଣ୍ଡଳ ପ୍ରମୁଖ କୁନି କୁନି ପିଲା ଏବଂ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ପିଲାମାନଙ୍କୁ ଗଢିବାରେ ବହୁ ମୂଲ୍ୟବାନ କଥା କହିଥିଲେ ।ପରେ ବିଭିନ୍ନ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀଙ୍କୁ ମାନପର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମ ଆସନ୍ତା ରେ ଛୁଟି ପର୍ଯ୍ୟନ୍ତ ଚାଲିଯିବ ।ଅଧ୍ୟକ୍ଷ କହିଥିଲେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଆସି ଏହି ଵ୍ରାଇଟ ବିଗିନିଂ ସମୟ କେମ୍ପରେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରାନ୍ତ ଏବଂ ନିଜ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ବିକାଶରେ ସହାୟକ ହୁଅନ୍ତୁ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଜାମଦାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

masiha

ବଳଭଦ୍ର ମାର୍କେଟ ଉଚ୍ଛେଦ ପ୍ରସଙ୍ଗ… ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଧାରଣା ସ୍ଥଗିତ

Sunil Chandra Nayak

Leave a Comment

error: Content is protected !!