ବନ୍ଧୁଗାଁ..୨୨।୦୪।୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଆଜି ବାଲ୍ୟ ବିବାହ ରୋକିବାକୁ ନେଇ ଆଶା କର୍ମି ଓ ଅଙ୍ଗନାବାଡି କର୍ମିଙ୍କ ସହ ପଞ୍ଚାୟତର ଯୁବତୀ ମାନେ ଆଜି ଅଣ୍ଟା ଭିଡିଛନ୍ତି । ଏନେଇ ଏକ ସଚେତନ ରାଲି ମଧ୍ୟ କରା ଯାଇଥିଲା । ହାତରେ ବିଭିନ୍ନ ପ୍ରକାରର ପ୍ଲାଗ କାଡ୍ ଧରି କର୍ମିମାନେ ରାଲି ମାଧ୍ୟମରେ ସ୍ଥାନିୟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରୁ ବାହାରି ଥାନା ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ବାଲ୍ୟ ବିବାହ ରୋକା ଯାଉ ବୋଲି କର୍ମି ମାନେ ସ୍ଲୋଗାନ ଦେଇଥିଲେ ।
previous post
next post