ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ଜି.କାମତା ଗ୍ରାମ ଠାରେ ମାଁ ଠାକୁରାଣୀ ଙ୍କ ଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆଜି ମାଝିଗୁଡା, ମୋତିଗାଁ, ବଡ କୋଇଲାରୀ ଓ ସାନ କୋଇଲାରୀ ଗ୍ରାମରୁ ଗ୍ରାମାଦେବୀ ଙ୍କ ପ୍ରତୀକ ଲାଠି, କୁର୍ଚି ଗୁଡିକ ମହାପଟୁଆରରେ ଜି. କାମତା ଗ୍ରାମର ମାଁ ଠାକୁରାଣୀ ମନ୍ଦିରରେ ଆସି ପହଞ୍ଚିଥିଲେ | ସେଠାରେ ପୂଜାର୍ଚ୍ଚନା କରଯାଇଥିଲା | ପୂଜା କାର୍ଯ୍ୟରେ ଜି. କାମତା ଗ୍ରାମର ଲଲିତ ପୂଜାରୀ, ଶୁକୃ ପୂଜାରୀ, ଦୁର୍ଜନ ପୂଜାରୀ, ମଝିଗୁଡା ଗ୍ରାମର ଶ୍ୟାମ ପୂଜାରୀ, ମୋତିଗାଁର କୁଶ ପୂଜାରୀ, ସାନ କୋଇଲାରୀ ଗ୍ରାମର ପରଶୁ ପୂଜାରୀ, ଗିର୍ଲା ର ଧନସିଂ ପୂଜାରୀ, ବଡ କୋଇଲାରୀ ର ଇଶ୍ଵର ମାଝି ପ୍ରମୁଖ ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ | ଏହି ଯାତ୍ରା ନିମନ୍ତେ ପଡିଥିବା ବିଭିନ୍ନ ପ୍ରକାର ର ଉଠା ଦୋକାନ ଗୁଡିକ ରେ ଭକ୍ତ ମାନଙ୍କ ଗହଳି ପରିଲକ୍ଷିତ ହୋଇଥିଲା | ରାତ୍ରିରେ ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ରାୟଗଡା ଜିଲା ଲକ୍ଷ୍ମୀପୁର ଅଞ୍ଚଳର ଆଦିବାସୀ ନାଟକ “ମଣିଷ ବୁଝେନି ମନର କଥା” ପରିବେଷଣ କରାଯାଇଥିଲା | ଉକ୍ତ ମାଁ ଠାକୁରାଣୀ ଯାତ୍ରା ପୂଜା କମିଟି ରାମଫୁଲ ଭତରା, କୈଳାସ ଭତରା, ସନପତ ଭତରା, ଜଗବନ୍ଧୁ ଭତରା, ସତ୍ୟ ଭତରା, ମହେଶ୍ଵର ଭତରା, ଭାସ୍କର ଭତରା ଓ ମନବୋଧ ଭତରା ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ