ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜି. କାମତା ଗ୍ରାମରେ ମାଁ ଠାକୁରାଣୀ ଯାତ୍ରା

ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ଜି.କାମତା ଗ୍ରାମ ଠାରେ ମାଁ ଠାକୁରାଣୀ ଙ୍କ ଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆଜି ମାଝିଗୁଡା, ମୋତିଗାଁ, ବଡ କୋଇଲାରୀ ଓ ସାନ କୋଇଲାରୀ ଗ୍ରାମରୁ ଗ୍ରାମାଦେବୀ ଙ୍କ ପ୍ରତୀକ ଲାଠି, କୁର୍ଚି ଗୁଡିକ ମହାପଟୁଆରରେ ଜି. କାମତା ଗ୍ରାମର ମାଁ ଠାକୁରାଣୀ ମନ୍ଦିରରେ ଆସି ପହଞ୍ଚିଥିଲେ | ସେଠାରେ ପୂଜାର୍ଚ୍ଚନା କରଯାଇଥିଲା | ପୂଜା କାର୍ଯ୍ୟରେ ଜି. କାମତା ଗ୍ରାମର ଲଲିତ ପୂଜାରୀ, ଶୁକୃ ପୂଜାରୀ, ଦୁର୍ଜନ ପୂଜାରୀ, ମଝିଗୁଡା ଗ୍ରାମର ଶ୍ୟାମ ପୂଜାରୀ, ମୋତିଗାଁର କୁଶ ପୂଜାରୀ, ସାନ କୋଇଲାରୀ ଗ୍ରାମର ପରଶୁ ପୂଜାରୀ, ଗିର୍ଲା ର ଧନସିଂ ପୂଜାରୀ, ବଡ କୋଇଲାରୀ ର ଇଶ୍ଵର ମାଝି ପ୍ରମୁଖ ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ | ଏହି ଯାତ୍ରା ନିମନ୍ତେ ପଡିଥିବା ବିଭିନ୍ନ ପ୍ରକାର ର ଉଠା ଦୋକାନ ଗୁଡିକ ରେ ଭକ୍ତ ମାନଙ୍କ ଗହଳି ପରିଲକ୍ଷିତ ହୋଇଥିଲା | ରାତ୍ରିରେ ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ରାୟଗଡା ଜିଲା ଲକ୍ଷ୍ମୀପୁର ଅଞ୍ଚଳର ଆଦିବାସୀ ନାଟକ “ମଣିଷ ବୁଝେନି ମନର କଥା” ପରିବେଷଣ କରାଯାଇଥିଲା | ଉକ୍ତ ମାଁ ଠାକୁରାଣୀ ଯାତ୍ରା ପୂଜା କମିଟି ରାମଫୁଲ ଭତରା, କୈଳାସ ଭତରା, ସନପତ ଭତରା, ଜଗବନ୍ଧୁ ଭତରା, ସତ୍ୟ ଭତରା, ମହେଶ୍ଵର ଭତରା, ଭାସ୍କର ଭତରା ଓ ମନବୋଧ ଭତରା ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଳତୁମା ଗାଁ ରେ ଦଶ ଦୋଳ ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ଼ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ

masiha

ହାଣ୍ଡିଫୁଟା ଗ୍ରାମରେ ପ୍ରସିଦ୍ଧ ପାତା ପର୍ବ

Sunil Chandra Nayak

Leave a Comment

error: Content is protected !!