ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା 

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା 

ବାଲିଗୁଡା, ତା, ୧୧/୦୮:(ମନିସ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବାବା ଗ୍ରୁପ ବୋଲ ବମ ସଂଘ ତରଫରୁ ଆଗାମୀ ତୃତୀୟ ପାଳି ସୋମବାର ପାଇଁ ମଙ୍ଗଳବାର ଦିନ ସ୍ଥାନୀୟ ଖଡ଼ଗ ନଦୀ ନିକଟରେ ଯଥାରିତି ନିତି ଅନୁଯାୟୀ ପୂଜାର୍ଚ୍ଚନା କରି କାନ୍ଧ ରେ ପାଣି ଭାର ଧରି ବାଲିଗୁଡା ଠାରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିକଟରେ ଥିବା ପ୍ରସିଦ୍ଧ ଶୈବ ପୀଠ ଦେବଗିରି କୁ ୨୦ ଜଣ କାଉଡିଆ ଗୈରିକ ପୋଷାକ ପରିଧାନ କରି ପଦଯାତ୍ରା ଆରମ୍ଭ କରିଛନ୍ତି l ନଦୀ ନିକଟରୁ ବାହାରି ୫୯ନଂ. ଜାତୀୟ ରାଜପଥ ଦେଇଯିବା ସମୟରେ ଭକ୍ତମାନଙ୍କ ସମାବେଶରେ ଗୈରିକ ରଙ୍ଗରେ ଯେମିତି ସମଗ୍ର ଅଞ୍ଚଳ ରଙ୍ଗାୟିତ ହେବା ସହ “ଓଁ ନମଃ ଶିବାୟ” “ହର ହର ମହାଦେବ” ଓ “ବୋଲବମ୍ ହରହର ବମ” ଡାକରେ ସମଗ୍ର ଅଞ୍ଚଳ ଶିବମୟ ହୋଇ ଉଠିଥିଲା l କାଉଡିଆ ମାନେ ତୃତୀୟ ସୋମବାର ପ୍ରତ୍ୟୁଷ ରେ ଉକ୍ତ ମନ୍ଦିର ନିକଟରେ ପହଞ୍ଚି ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଥିବା ବିଷୟ ସଂଘ ପକ୍ଷରୁ କୁହାଯାଇଛି l ସୂଚନା ଯୋଗ୍ୟ ଯେ, ଉକ୍ତ ସଂଘ ତରଫରୁ ପ୍ରଥମ ପାଳି ସାଷ୍ଟାଙ୍ଗ ଦଣ୍ଡ ପ୍ରଣାମ କରି ବାଲିଗୁଡା ଶୈବ ପୀଠ ରେ ଏବଂ ଦ୍ୱିତୀୟ ପାଳି ଦଣ୍ଡପଦର ସ୍ଥିତ ବାବା ଧବଳେଶ୍ୱର ଠାରେ ଜଳାଭିଷେକ କରିଥିଲେ l ବର୍ତ୍ତମାନ ତୃତୀୟ ପାଳି ଦେବଗିରି ଏବଂ ଚତୁର୍ଥ ପାଳି ଜାଲେଶପଟ୍ଟା ର ଜଳେଶ୍ୱର ଶୈବ ପୀଠ ରେ ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ

ଫ୍ରି ବାର୍ଡ ଫିଟନେସ କ୍ଲବ ପକ୍ଷରୁ କ୍ରିଡା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!