ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଇଁ ଜିଲ୍ଲା ଗଠନ ଗଣ ଧାରଣା ସାମୟିକ ଭାବେ ଧର୍ମଗଡ ଓ ଜୁନାଗଡ଼ ଠାରେ ସ୍ଥଗିତ

ଶାରଦୀୟ ଦୁର୍ଗା ପୂଜା ଉତ୍ସବ ପାଇଁ ଜିଲ୍ଲା ଗଠନ ଗଣ ଧାରଣା ସାମୟିକ ଭାବେ ଧର୍ମଗଡ ଓ ଜୁନାଗଡ଼ ଠାରେ ସ୍ଥଗିତ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଘୋଷଣା ଦାବୀ ଆନ୍ଦୋଳନକୁ ଅଧିକ ଜୋର୍ ଦାର କରିବା ପାଇଁ ଛଅଟି ବ୍ଲକ୍ ର ପ୍ରତିନିଧିତ୍ଵ କୁ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପୂଜା ପରେ ଏହା ଉପରେ ନିଷ୍ପତ୍ତି ନେବ।

ଆଜି ଜୁନାଗଡ଼ ବ୍ଲକ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଅନୁରୋଧ କ୍ରମେ ଧର୍ମଗଡ଼ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆବାହକ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ମଣ୍ଡଳ ଜୁନାଗଡ ଆରଏମସି ସଭାଗୃହ ଠାରେ ଏକ ବୈଠକରେ ମିଳିତ ହୋଇଥିଲେ।ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ କୁ ଜୋର୍ ଦାର୍ କରିବା ପାଇଁ ଏକ ମିଳିତ ଉଦ୍ୟମ ପାଇଁ ୬ଟି ବ୍ଲକ ର ପ୍ରତିନିଧି ଙ୍କୁ ନେଇ ଏକ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବାକୁ ପ୍ରସ୍ତାବ ଆସିଥିଲା।ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟଯୋଷୀ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଘୋଷଣା ର ପ୍ରାସଙ୍ଗିକତା ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଜୁନାଗଡ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ ଜିଲ୍ଲା ଗଠନ ଦାବୀ ରେ ଗଣ ଧାରଣ ନିଷ୍ପତ୍ତି ନିଆ ଯାଇଥିବା ସମୟରେ ଜୁନାଗଡ କୁ ଅଣଦେଖା କରାଯାଇ ଥିବାରୁ ଆଗକୁ ମିଳିତ ଉଦ୍ୟମରେ ଜିଲ୍ଲା ଦାବୀ କୁ ବ୍ୟାପକ କରାଯିବା ପାଇଁ ଆହ୍ବାନ ଦେଇଥିଲେ। ଶେଷରେ ସମସ୍ତଙ୍କ ଭାବାବେଗ କୁ ଲକ୍ଷ କରି ବରିଷ୍ଠ ସାମ୍ୱାଦିକ ହୃଷୀକେଶ ମିଶ୍ର ଜିଲ୍ଲା ଗଠନ ଦାବୀ କୁ ସଂଚାଳିତ କରିବା ପାଇଁ ୬ଗୋଟି ବ୍ଲକ ରୁ ବିଭିନ୍ନ ବର୍ଗର ସଦସ୍ୟ କୁ ନେଇ ଗୋଟିଏ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଜରିଆରେ ଆନ୍ଦୋଳନ କୁ ଆଗେଇ ନେବା ପାଇଁ ପ୍ରସ୍ତାବ ରଖିଥିଲେ। ଶାରଦୀୟ ପୂଜା ପାଇଁ ଜନସାଧାରଣ ଙ୍କ ଅସୁବିଧା ନ ପକେଇବା ପାଇଁ ଆନ୍ଦୋଳନ କୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଶାରଦୀୟ ପୂଜା ପରେ କେନ୍ଦ୍ରୀୟ କମିଟି ଦ୍ବାରା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ କୁ ଜୋରଦାର କରାଯିବ ବୋଲି ସ୍ଥିର କରାଯାଇଥିଲା। ଜୁନାଗଡ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଓ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର ଏଭଳି ଏକ ନିଷ୍ପତ୍ତି ରେ ପହଞ୍ଚିବ ପାଇଁ ସହଯୋଗ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାଇକ ଧକ୍କାରେ ଜଣେ ମୃତ, ବାଇକ ଚାଳକ ଗୁରୁତର

Sunil Chandra Nayak

ରାୟଗଡ ଜିଲ୍ଲାରେ ଲକ୍ଷ୍ମୀ ବସ ଶୁଭରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!