ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ବିଦ୍ୟାଳୟ ସମୂହ ଖେଳ ଓ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ବିଦ୍ୟାଳୟ ସମୂହ ଖେଳ ଓ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ

ପାପଡାହାଣ୍ଡି,10/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ମିନି ଷ୍ଟାଡିଅମ ଠାରେ ଗତ ଦୁଇ ଦିନ ଧରି ଚାଲିଥିବା 10ମ ଜିଲ୍ଲା ବିଦ୍ୟାଳୟ ସମୂହ ଖେଳ ଓ ଦୌଡ଼ ପ୍ରତିଯୋଗିତା ଶେଷ ହୋଇଛି | ଜିଲ୍ଲାର 10 ଗୋଟି ବ୍ଲକର 300 ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ଯୋଗଦେଇ ଖୋକ ଓ କବାଡି ଆଦି ପ୍ରତିଯୋଗିତରେ ଭାଗ ନେଇଥିଲେ | ଉଦଘାଟନ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବିଶ୍ଵନାଥ ସାହୁ, ସମ୍ମାନିତ ଅତିଥି ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମରେନ୍ଦ୍ର ଭୌମିକ, ନବରଙ୍ଗପୁର ଗୋଷ୍ଠି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ରାଏ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବାଲକ ଦାସ ରନ୍ଧାରି, ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଲିପିକା ଶତପଥି, ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ କୁମାର ପଟନାୟକ ପ୍ରମୁଖ ଯୋଗଦେଇଥିଲେ | ଅତିଥି ମାନେ ବର୍ତମାନର ଏସିଆଡ଼ ଖେଳର ଉଧାରଣ ଦେଇ କଠିନ ପରିଶ୍ରମ କରି ଜଣେ ଜଣେ ସଫଳ କ୍ରୀଡ଼ାବିତ ହେବା ଲାଗି ଛାତ୍ରୀ ଛାତ୍ରଙ୍କୁ କହିଥିଲେ | 17 ବର୍ଷରୁ କମ ବାଳକ ବିଭାଗର ଖୋକ ରେ 12 ଜଣ ଟିମ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଲାଗି ଅନଗୁଳ ଯିବାକୁ ମନୋନୀତ ହୋଇଛନ୍ତି | ଖେଳ ଶିକ୍ଷକ ମନରଞ୍ଜନ ପ୍ରହରାଜଙ୍କ ତତ୍ୱାବୋଧନରେ ଗୋପାଳ ପଟନାୟକ, ଅଜିତ ପରିଜା, ବ୍ରଜବନ୍ଧୁ କାଣ୍ଡି, ରଞ୍ଜନ ପରିଡା, ସତ୍ୟ ବ୍ରତ ପଣ୍ଡା ପ୍ରମୁଖ ଖେଳ ପରିଚାଳନା କରିଥିଲେ|।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା 

Sunil Chandra Nayak

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

masiha

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!