ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

20 ତମ ସର୍ଵ ଭାରତୀୟ କେସିଏସ କ୍ରିକେଟ ଫାଇନାଲ ମ୍ୟାଚ

ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ହେଉଥିବା ୨୦ ତମ ସର୍ବ ଭାରତୀୟ କେ ସି ଏସ ଏ କ୍ରିକେଟ ଫାଇନାଲ ମ୍ୟାଚ ଛତିଶଗଡ଼ ଫରେଷ୍ଟ ଓ ଭୁବନେଶ୍ୱର ଟାଉନ ମଧ୍ୟରେ ହୋଇଥିବା ବେଳେ ଭୁବନେଶ୍ୱର ଟାଉନ ପ୍ରଥମେ ବ୍ୟାଟିଂ କରି ୨୦ ରେ ସମସ୍ତ ୱିକେଟ ହରାଇ ୧୦୯ ରନର କରିଥିବା ବେଳେ ଛତିଶଗଡ଼ ଫରେଷ୍ଟ ବ୍ୟାଟିଂଙ୍ଗ କରି ୭.୪ ଓଭରରେ ଏକ ଉଇକେଟ ବିନିମୟରେ ୧୧୧ ରନ କରି ୯ ୱିକେଟ ବିଜୟୀ ହୋଇଥିଲା । ଛତିଶଗଡ଼ ଫରେଷ୍ଟ ଦଳର ହମିଦ ରାଜା ତିନୋଟି ମ୍ୟାଚରେ ୭୭ ଓ ତିନୋଟି ଖେଳରେ ୬ ୱିକେଟ ମେନ ଅଫ ଦ ସେରିଜ ଓ ୧୦ ବଲରେ ୨୮ ରନ ସଂଗ୍ରହ କରି ୧ ୱିକେଟ ନେଇ ମେନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ବିଜୟୀ ଦଳକୁ ୫୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିବା ବେଳେ ଉପ ବିଜେତା ଦଳକୁ ୩୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ ସହିତ , ବେଷ୍ଟ ବ୍ୟାଟିଂ ଓ ୱିକେଟ କିପରି ଗିରିଜା ମିଶ୍ର ଭୁବନେଶ୍ୱର, ବେଷ୍ଟ ବୋଲିଂ ମହମ୍ମଦ ଫେଜ ଖଡ଼ିଆଳ କେ ସି ଏସ ଏ, ବେଷ୍ଟ ଫିଲ୍ଡର ସୁମନ ଭୁବନେଶ୍ୱର ପୁରସ୍କାର ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ଓ ସି ଏ ପେନାଲ ଏମ୍ପିଆର ପ୍ରତାପ ପାତ୍ର ଓ ଅନୀଲ ଦାଶ । ଧାରା ବିବରଣୀ ପ୍ରଦାନ କରିଥିଲେ ବିଶ୍ଵଜିତ ପାଢ଼ୀ, ଆଶିଷ ତ୍ରିବେଦୀ, ଟୁନା ନାଏକ ଓ ସ୍କୋରର ଭାବରେ ଫେଜ ମହମ୍ମଦ କାର୍ଯ୍ୟ ସମ୍ପାଦନ କରିଥିଲେ । ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଥିବାବେଳେ କେ ସି ଏସ ଏ ସଭାପତି ବିଧାୟକ ଅଧିରାଜ ପାଣିଗ୍ରାହୀ, ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ଓଡ଼ିଶା କ୍ରିକେଟ ସଂଘର ସମ୍ପାଦକ ସରୋଜ କୁମାର ସାହୁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ନୂଆପଡା ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୌଶଲ୍ୟା ଦୀପ, ପ୍ରମୁଖ ଯୋଗ ଦେଇଥିଲେ । ଖେଳ ମଣ୍ଡପରେ ପୂର୍ବତନ କେ ସି ଏସ ଏ ଖେଳାଳି କପିଳ ସାଗରଙ୍କ ଫୋଟୋ ଦେଇ ମରଣତୋର ସଂମ୍ମାନ ସହିତ ଶ୍ରୁତି ଅବସରରେ ଦୁଇ ମିନିଟ ନିରବ ପ୍ରାଥନା କରିଥିଲେ ଓ ଅବସର ନେଇଥିବା ପୂର୍ବତନ କେ ସି ଏସ ଏ ଖେଳାଳି ଆଶ୍ୱିନୀ ପାଢ଼ୀଙ୍କୁ ସଂମ୍ମାନିତ କରିଥିଲେ । ସି ଏସ ଏ ଆୟୋଜନ କମିଟିର ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ସଦସ୍ୟ ଟୁନା ନାଏକ, ଗୁଡୁ ପାଣିଗ୍ରାହୀ, ଅମିତାଭ ପଟେଲ, ନେତ୍ରାନନ୍ଦ ଶବର, ଶ୍ୟାମ ସୁନ୍ଦର ନାଗ, ସରୋଜ ପଣ୍ଡା, ସୁବୁ ଭୋଇ, ବିନୋଦ ଦୁରିଆ, ହରିହର ସାହୁ, ନନ୍ଦୁ ସାହୁ, ଅକ୍ଷ ପାଢ଼ୀ, ନିତିନ ପଟ୍ଟନାୟକ, ଫିରୋଜ ଖାନ, ଆଦିତ୍ୟ ମହାପାତ୍ର ମନୋଜ ଦୀପ, ସେମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଖଡ଼ିଆଳ ଅଞ୍ଚଳର ହଜାର ହଜାର କ୍ରିକେଟ ପ୍ରେମୀ ଖେଳର ମଜା ନେଇଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

masiha

ଧନସରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କପୁରମାଲ ଦଲ ଚାମ୍ପିୟାନ

masiha

ପାୱାର ଲିଫଟିଂ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ପାୱାର ଲିଫ୍ଟର ଙ୍କ ସଫଳତା

masiha

Leave a Comment

error: Content is protected !!