ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଖାଉଟି ଦିବସ ପାଳିତ

 ଭବାନୀପାଟଣା ତା ୨୪.୧୨.୨୦୨୨:ଆଜି କଳାହାଣ୍ଡି ଜିଲ୍ଲାପାଳ ଙ୍କ ସମ୍ମିଳନି କକ୍ଷରେ ଜାତୀୟ ଖାଉଟି ଦିବସ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶୁଶାନ୍ତ କୁମାର ପଟେଲ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଖାଉଟି ଅଦାଲତ ବିଚାରପତି ଜିଲ୍ଲା ଆଇନ ସେବା ଅଧୋକାରୀ ଶ୍ରୀଯୁକ୍ତ ଶୁଭମ ଗୌତମ ମିଶ୍ର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ । ଖାଉଟି ସଚେତନତା ଉପରେ ଅତିଥିଗଣ ଅଭିଭାଷଣ ପ୍ରଦାନ କରିଥିଲେ। ଖାଉଟି ସୁରକ୍ଷା ସମିତିର ସକ୍ରିୟ ସଭ୍ୟା ଶ୍ରୀମତୀ ଭବାନୀ ପଟନାୟକ ସଭା ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ଶୁଭାରମ୍ଭ କରାଯାଇ ଥିଲା ।

 ଜିଲ୍ଲା ଉପଭୋକ୍ତା ସୁରକ୍ଷା ସମିତି ନେତୃତ୍ୱରେ ଛାତ୍ର ଛାତ୍ରୀ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀ ମାନଙ୍କ ସମ୍ମିଳିତ ଏକ ଖାଉଟି ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ ସମ୍ମିଳନୀ ସଭାଗୃହରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଉପଭୋକ୍ତା କୋର୍ଟରେ ଖାଉଟି ମାମଲା ଗୁଡିକର ପ୍ରଭାବଶାଳୀ ସମାଧାନ ଉପଭୋକ୍ତା ସୁରକ୍ଷା ଆଇନ ମାଧ୍ୟମରେ କିଭଳି ସମାଧାନ ହେଇପାରିବ ତାରି ଉପରେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁରକ୍ଷା ସମିତିର ସଭ୍ୟ ଶ୍ରୀ ସଚିଦାନନ୍ଦ ମହାଖୁଡ଼, ଉଛବ ସାହୁ, ସାମ୍ୱାଦିକ ରାଜକୁମାର ସିଂଦେଓ, ଦେବେନ୍ଦ୍ର ବିଶି ସେନାପତି ନାଏକ, ବିଜୟ ମାଝୀ, ଦିଲୀପ ପଟନାୟକ,ଏନ ସି ସି ଅଧିକାରୀ ଶ୍ରୀ ରବି କାନୁନଗୋ ,ମାପ ଓଜନ ଅଧିକାରୀ ଶ୍ରୀ ଭୋଇ ବାବୁ, ଜୁନାଗଡ଼ ଆତ୍ମା ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଅଶୋକ ପଟନାୟକ ,ଦୁଆରସୁନି ସରପଞ୍ଚ ଶ୍ରୀ କୈଳାଶ ନାଏକ, ସିରପୁର ସରପଞ୍ଚ ଶ୍ରୀ ଯୁଧିଷ୍ଠିର ନାଏକ, ତଲ ବେଲଗାଓଁ ସମିଟିସଭ୍ୟ ଶ୍ରୀ ସରୋଜ ନାଏକ, ସଗଡ଼ା ସମିତିସଭ୍ୟ ଶ୍ରୀ ଦାମ ଧାରୁଆ, ମାଲଗାଓଁ ସମିତି ସଭ୍ୟ ଶ୍ରୀ କବି ମାଝୀ,ୱାଡ଼ମେମ୍ବର ଶ୍ରୀ ଶଙ୍କର ଛତ୍ରୀଆ,ସମୟ ନାଏକ, ଦିଲୀପ ନାଏକ, ଶିବ ନାଏକ, ଜଗବନ୍ଧୁ କୁମାର, ସନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ

Sunil Chandra Nayak

ମ.ରାମପୁର ବନାଞ୍ଚଳ :ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବାସନ୍ତୀ ସାଂସ୍କୃତିକ ପରିଷଦର ରଜ ପର୍ବ ପାଳନ

masiha

Leave a Comment

error: Content is protected !!