ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବରଗଡ଼ କୁ ହରାଇ ଜୟପୁର ସେମିଫାଇନାଲ କୁ ଉନ୍ନୀତ। ପରବର୍ତ୍ତୀ ଖେଳ ଜେକେପୁର ଓ ଜୁନାଗଡ଼ ମଧ୍ୟରେ

ବରଗଡ଼ କୁ ହରାଇ ଜୟପୁର ସେମିଫାଇନାଲ କୁ ଉନ୍ନୀତ। ପରବର୍ତ୍ତୀ ଖେଳ ଜେକେପୁର ଓ ଜୁନାଗଡ଼ ମଧ୍ୟରେ

ଜୁନାଗଡ଼ -ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ର ଦ୍ୱତୀୟ ଦିବସ ରେ ଜୟପୁର ବରଗଡ କୁ ହରାଇ ଲଗାତର ଦୁଇଟି ମ୍ୟାଚ ଜିତି ସେମିଫାଇନାଲକୁ ଉନ୍ନୀତ ହୋଇଛି।

 ଦ୍ୱିତୀୟ ଦିନ ଖେଳରେ ଟସ ଜିତି ଜୟପୁର ପ୍ରଥେମେ ଫିଲଡିଂ ନେଇଥିଲେ, ବରଗଡ ବେଟିଙ୍ଗ କରି ୨୧ଓଭରରେ ସମସ୍ତ ଉଇକେଟ ହରାଇ ୭୬ ରନ କରିଥିଲେ l ଜବାବରେ ଜୟପୁର ୨୦ଓଭର ରେ ୬ ଉଇକେଟ ହରାଇ ସମସ୍ତ ରନ କରି ବିଜୟ ହାସଲ କରି ଥିଲେ l ଖେଳ ପରିଚାଳନା କରି ଥିଲେ ଅସିତ ପଟ୍ଟନାୟକ ଓ ଦୀପେନ ସାହୁ ସ୍କୋର ନୀତେଶ ମହାପାତ୍ର କମେଣ୍ଟ୍ରି ମାନସ ସାହୁ, ହିମାଂଶୁ ବରାଡ଼,ଓ ବିଶ୍ୱ ସାହୁ ସହଯୋଗ କରିଥିଲେ l ୧୮ ତାରିକ ଦିନ ଜୁନାଗଡ଼ ଏନଆରଏସଏସସି ସହ ଜେକେପୁର ର ମ୍ୟାଚ ଅନୁଷ୍ଠିତ ହେବ l ସ୍ପୋର୍ଟ୍ସ କ୍ଲବ ର ଅନୁରୋଧ ଓ ନିଷ୍ପତି କ୍ରମେ ଅବସର ନେଇ ଥିବା ଭେଟେରାନ ଖେଳାଳି ମାନସ ସାହୁ ଆସନ୍ତା କାଲି ପୂଣି ଖେଳିବା ପାଇଁ ନିଷ୍ପତି ନେଇଛନ୍ତି l ସଭାପତି ହିମାଂଶୁ ଶେଖର ବରାଡ଼, ଉପ ସଭାପତି ସରୋଜ ପଣ୍ଡା, ସମୀର ସାହୁ ,ସତୀଶ ପ୍ରଧାନ ଓ ସ୍ପୋର୍ଟ୍ସ କ୍ଲବ ର ସମସ୍ତ ସଦସ୍ୟ ଶୃଙ୍ଖଳିତ ଭାବେ ମ୍ୟାଚ ପରିଚାଳନା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବାହାଡାପଦା ଠାରେ ଦଶ ଦିବସିୟ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

Sunil Chandra Nayak

ବାବା କ୍ଷେତ୍ରପାଳ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

Leave a Comment

error: Content is protected !!