ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ମୋହନଗିରି ଗସ୍ତ

କଳାହାଣ୍ଡି: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ମୋହନଗିରି ଗସ୍ତ

ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ ଆସି ପ୍ରଥମ ଦିନରେ ଷଷ୍ଠ ଶତାବ୍ଦୀର ଐତିହାସିକ ମୋହନଗିରି ଶୈବପୀଠକୁ ପରିଦର୍ଶନ କରିଛନ୍ତି। ମଦନପୁର ରାମପୁର ସହର ଠାରୁ ପ୍ରାୟ ୩୦ କିମି ଦୂରରେ ରହିଛି ମୋହନଗିରିର ପ୍ରାଚୀନ ଧବଳେଶ୍ଵର ଶୈବପୀଠ।ଶ୍ରୀ ତ୍ରିପାଠୀ ଧବଳେଶ୍ଵର ବାବାଙ୍କ ଦର୍ଶନ କରିବା ସହ ମନ୍ଦିର ଚତୁଃପାର୍ଶ୍ଵ ପରିଦର୍ଶନ କରି ବିମୋହିତ ହୋଇଥିଲ । ମନ୍ଦିର ପରିଚାଳନା କମିଟି ସଭାପତି ଏବଂ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିବା ସହ ମନ୍ଦିର ପାରିପାର୍ଶ୍ବିକ ଉନ୍ନତିକରଣ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅନୁଦାନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ବିଶେଷ କରି ମନ୍ଦିର ପୋଖରୀ ଚାରିପଟେ ଚଲାପଥ ନିର୍ମାଣ, ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ପାଇଁ ନୂତନ ସଂଗ୍ରହାଳୟର ପ୍ରତିଷ୍ଠା କରିବା, ମନ୍ଦିର ପାଚେରୀ ନିର୍ମାଣ, ସୋଲାର ଲାଇଟ୍ ବ୍ୟବସ୍ଥା, ନିକଟରେ ବୋହି ଯାଉଥିବା କାଳିଗଙ୍ଗା ନଦୀ ଉପରେ ପୋଲ ନିର୍ମାଣ ଆଦି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏକ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରି ଶୀଘ୍ର ଦେବାପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଥିଲେ । ଏହି ଐତିହାସିକ ଶୈବପୀଠର ଉନ୍ନତି ହୋଇପାରିଲେ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବାସହ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ମିଶ୍ର, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସିଡିଓ ସଚିନ ପାଓ୍ବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର, ଜିଲ୍ଲା ଯୋଜନା ଓ ସମନ୍ବୟ ଅଧିକାରୀ ଶ୍ରୀକାନ୍ତ ଦଳେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମୋହନଗିରି ଧବଳେଶ୍ୱର ଶୈବପୀଠ ମନ୍ଦିର ସଭାପତି ପୂର୍ଣ୍ଣ ନନ୍ଦ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଧବଳେଶ୍ଵର ଶୈବପୀଠ କଳାହାଣ୍ଡି , ବଲାଙ୍ଗୀର, ବୌଦ୍ଧ ଓ କନ୍ଧମାଳ ଏହି ଚାରି ଜିଲ୍ଲାର ସୀମାନ୍ତରେ ଥିବାରୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ଏଣୁ ଏହି ସ୍ଥାନର ବିକାଶ ହୋଇପାରିଲେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ମୋହନଗିରି ଅଞ୍ଚଳର ଲୋକଙ୍କ ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗଡ଼ିଲା ଭୋଟର ସଚେତନତା ରଥ

masiha

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

Leave a Comment

error: Content is protected !!