ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

ଡାବୁଗାଁ, ୧୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ | ଏଥିରେ କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞ ଡା. ତୃପ୍ତି ରଞ୍ଜନ ଷଡଙ୍ଗୀ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଅଭିଷେକ ଦାଶ, ଭେଷଜ ବିଶେଷଜ୍ଞ ଡା. ଏମ. ରାଧାକୃଷ୍ଣ ନାୟକ, ଡା. ରାଜେଶ ପଣ୍ଡା, ଡା. ସମ୍ବିଦ ପାତ୍ର, ଡା. ନବଘନ ସେଠୀ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସା କରିଥିଲେ | ଏହା ସହ ସାଇକୋଲୋଜିଷ୍ଟ ବିଭୂଦତ୍ତ ସେଠୀ, ଅଡିଓଲୋଜିଷ୍ଟ ଶିବପ୍ରସାଦ ସାହୁ, ଫିଜିଓଥେରାପିଷ୍ଟ ଘନଶ୍ୟାମ ବେହେରା, ନିହାର ରଞ୍ଜନ ବେହେରା ପ୍ରମୁଖ ଚିକିତ୍ସାରେ ସହାୟତା କରିଥିଲେ | ଏଥିରେ ପୂର୍ବରୁ ଅନଲାଇନ ମାଧ୍ୟମରେ ମୋଟ ୨୯୫ ଜଣ ହିତାଧିକାରୀ ପଞ୍ଜୀକୃତ କରିଥିଲେ | ମୋଟ ୫ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଓ ୧୬୯ ଜଣ ହିତାଧିକାରୀ ଙ୍କୁ ୟୁଡି ଆଇଡି କାର୍ଡ ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲାପରିଷଦ ସଭ୍ୟ ଜୋନ -୧ ଧନସିଂ ଭତ୍ରା ଓ ଜୋନ -୨ ଗୁପ୍ତ ବିଶୋଇ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ ସମସ୍ତ ସରପଞ୍ଚ ଓ ସମିତିସଭ୍ୟା ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ଅମୂଲ୍ୟ ଦଳାଇ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲଗାଣ ବର୍ଷା ଯୋଗୁଁ କୋଇଡା ବିଦ୍ୟୁତ୍ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ପଲ୍ଲୀଶ୍ରୀ ପୁସ୍ତକ ମେଳା

Sunil Chandra Nayak

ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପଲକ୍ଷେ ଖେଳର ଆୟୋଜନ ସହ ଉଦଯାପନୀ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!