ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ରେ …. 

ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ରେ …. 

ରାଉରକେଲା : ଚଳିତ ଜୁନ୍ ୨୦ ତାରିଖରେ ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ପାଳନ ହେବାକୁ ଯାଉଛି ବୋଲି ଆଜି ଏନ୍ଆଇଟି ସିନେଟ୍ ହଲ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ବର ରାଓଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ଯେ, ୨୨ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ଅଧ୍ୟକ୍ଷ ତଥା ସହ-ପରିଚାଳନା ନିର୍ଦ୍ଦେଶକ ଉଦୟ ଏ. କୁଲେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ର ସିଏମଡି ଏସ.ଏନ. ସୁବ୍ରମଣ୍ୟମ୍ ମଧ୍ୟ ଭର୍ଚୁଆଲ୍ ଭାବରେ ସମାବେଶକୁ ସମ୍ବୋଧିତ କରିବେ। ଏନ୍ଆଇଟି ପ୍ରତିଷ୍ଠାନ ୨୦୨୪ ସ୍ନାତକୋତ୍ତର ବ୍ୟାଚର ଶାଖା ଟପ୍ପରମାନଙ୍କୁ ୮ଟି ପ୍ରତିଷ୍ଠାନ ସ୍ୱର୍ଣ୍ଣ ପଦକ, ୬ଟି ଏଣ୍ଡାଉମେଣ୍ଟ ସ୍ୱର୍ଣ୍ଣ ପଦକ, ୭ଟି ଏଣ୍ଡାଉମେଣ୍ଟ ପୁରସ୍କାର ଏବଂ ୫୯ଟି ରୌପ୍ୟ ପଦକ ପ୍ରଦାନ କରିବ। ଏହା ସହିତ, ବିଶିଷ୍ଟ ପୂର୍ବତନ ଛାତ୍ରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସ୍ୱୀକୃତି ଦିଆଯିବ ଏବଂ ବିଭିନ୍ନ ବିଭାଗର ୨୦୬୫ ଜଣଙ୍କୁ ଡିଗ୍ରୀ ଆୱାର୍ଡ଼ ଦିଆଯିବ । ୨୦୨୪ ପାଇଁ ବିଶିଷ୍ଟ ପୂର୍ବତନ ଛାତ୍ର ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ଅଛନ୍ତି, ଶିକ୍ଷା ଓ ଗବେଷଣାରେ ପ୍ରଫେସର ସୁକୁମାର ମିଶ୍ର, ଶିଳ୍ପ ଓ ପରିଚାଳନାରେ ଇଂ. ଅଶୋକ କୁମାର ବାସା, ଉଦ୍ୟୋଗିତା ଓ ସାର୍ବଜନୀନ ଜୀବନରେ ଇଂ. ଆର. ଏସ. ରାଘବନ ଓ ପ୍ରତିଷ୍ଠାନର ଅଭିବୃଦ୍ଧି ଅବଦାନରେ ଡକ୍ଟର ଭାରତେନ୍ଦୁ ଦେଓଙ୍କୁ ଆଲୁମନି ଆୱାର୍ଡ଼ ୨୦୨୪ ରେ ସମ୍ମାନିତ କରାଯିବ । ଏନ୍ଆଇଟି ରାଉରକେଲା ସମସ୍ତ ସ୍ନାତକ ଛାତ୍ରଙ୍କୁ ସହଜରେ ସେମାନଙ୍କର ଡିଗ୍ରୀ ପାଇବା ପାଇଁ ଏକ ଡିଜିଲକର ସୁବିଧା ମଧ୍ୟ ପ୍ରଦାନ କରିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ସମାରୋହ ପାଇଁ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍ଆଇଟି ପ୍ରେସ୍ ଏବଂ ଲୋକସମ୍ପର୍କ କମିଟିର ଅଧ୍ୟକ୍ଷ ପ୍ରଫେସର ଶିଶିର କୁମାର ସାହୁ ସ୍ବାଗତ ଭାଷଣ, ପ୍ରଫେସର୍ ଶିବ ଶଙ୍କର ମହାପାତ୍ର ସମାବର୍ତ୍ତନ ଉତ୍ସବର ବିବରଣୀ ପ୍ରଦାନ କରିଥିଲେ । ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ ଅଭିଭାଷଣ ପ୍ରଦାନ କରିଥିଲେ ଓ ଡିନ ପ୍ରଫେସର ଆର. ସି. ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ପ୍ରଫେସର ରୋହନ ଧିମାନ, ପ୍ରଫେସର ରାଜୀବ ପଣ୍ଡା, ପ୍ରଫେସର ଅନିଲ ସିଂହ, ଡ଼ଃ ୟୁନି ରାଉତରାୟ ଏବଂ ଶ୍ରୀମତୀ ଅର୍ଚ୍ଚନା ଗୁପ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶ୍ରଦ୍ଧାଞ୍ଜଳି ପ୍ରଦାନ

Sunil Chandra Nayak

ରାଜନ ପଣସଗୁଡାରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭାରମ୍ଭ – ଗ୍ରାମ ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପଦକ୍ଷେପ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!