ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ 

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ 

ରାଉରକେଲା:ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଅନୁଷ୍ଠାନ ହେଉଛି ରାଉରକେଲାର ଏକ ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ । ସହରର ଜଣେ ପ୍ରତିଷ୍ଠିତ ମହିୟସୀ ମହିଳା ସ୍ୱର୍ଗତା କୁମାରୀ ମାତଞ୍ଜଳୀ ଦେବୀଙ୍କ ସ୍ମୃତିରେ ଗଢି ଉଠିଥିବା ଏହି ଅନୁଷ୍ଠାନ ବିଭିନ୍ନ ସାମାଜିକ, ଧାର୍ମିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦେବାର ସୁବନ୍ଦୋବସ୍ତ କରି ସହରରେ ଏକ ନବ ଦିଗନ୍ତ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛି । ନିକଟରେ ଗତ ମହା ବିଷୁବ ସଂକ୍ରାନ୍ତି ଠାରୁ ନିୟମିତ ପଣା ବାଣ୍ଟିବାର କାର୍ଯ୍ୟକ୍ରମ ହାତକୁ ନେଇଛି । ଆଜି ଏକ ଘଟଣା କ୍ରମରେ ବାସନ୍ତି କଲୋନୀ ସ୍ଥିତ କନ୍ୟାଶ୍ରମ ର ଅନ୍ତେବାସୀ ମାନଙ୍କ ଅନୁରୋଧ କ୍ରମେ ଏକ ସ୍ଥାୟୀ ଆଶ୍ରୟ ସ୍ଥଳ ନିର୍ମାଣ କରିବା ପାଇଁ ଏହାର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଆଲୋକ ରଞ୍ଜନ ମଲ୍ଲିକ ଆର୍ଥିକ ଅନୁଦାନ ଦେଇ ଅନ୍ତେବାସୀ ମାନଙ୍କ ବହୁ ପ୍ରତିକ୍ଷିତ ସ୍ୱପ୍ନକୁ ସାକାର କରିଛନ୍ତି । ଯାହାକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ତ୍ରିପାଠୀ, ବିଦ୍ୟାଧର ନାୟକ ଓ ଦ୍ୱାରିକା ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ! 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡୋକରୀଦର ଜଳପ୍ରପାତରେ ଯୁବକ ବୁଡି ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଉଦ୍ଧାର ହେଲା ଶବ

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟି ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!