ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

 କୋଇଡା :ଓରାଘାଟ ଆଇରନ ଖଣି ମେସର୍ସ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଚଳିତ ଜୁନ ମାସ ୧୪ ତାରିଖ ଦିନ ସିତାରାମ ରୁଙ୍ଗଟା ରିକ୍ରିଏସନ କ୍ଳବ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯୋଗ ସପ୍ତାହ ର ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଟି କମ୍ପାନୀ ର ସି.ଜି.ଏମ ସୁଭାଷ ଚନ୍ଦ୍ର ପ୍ରଧାନ ,ଅତିରିକ୍ତ ଜି.ଏମ ଶ୍ରୀ ରଞ୍ଜିତ କୁମାର, ଏ.ଜି.ଏମ (ମେକାନିକାଲ)ମୁକ୍ତିକାନ୍ତ ପଣ୍ଡା , ଭୂତତ୍ୱ ବିଭାଗ ସିନିୟର ମେନେଜର ବି. ଡି.ସାହୁ ,ପୋର୍ଶନେଲ ବିଭାଗ ର ପ୍ରବନ୍ଧକ ସମୀର ରଞ୍ଜନ ଦାସ ଓ ରାମେଶ୍ୱର ପାଇକରାଏ ଙ୍କ ନେତୃତ୍ୱରେ ହୋଇଥିଲା।ତେବେ ଯୋଗ ସପ୍ତାହ ର ଶେଷ ଦିନ ତଥା ଜୁନ ୨୧ ତାରିଖ ରେ ବିଶ୍ଵ ଅନ୍ତର୍ଜାତୀୟ ଯୋଗ ଦିବସରେ ଉଦଯାପନ ର କାର୍ଯ୍ୟକ୍ରମ ରହିଛି ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ କମ୍ପାନୀ ର ସମସ୍ତ କର୍ମଚାରୀ ଏବଂ ଅଧିକାରୀ ମାନେ ବେଶ ଉତ୍ସାହ ର ସହ ଯୋଗ କରିବାର ଦେଖିବାକୁ ମିଳିଥିଲା। ଏହି ଯୋଗ ଅବସରରେ କମ୍ପାନୀ ର ପ୍ରବନ୍ଧକ ସମୀର ରଞ୍ଜନ ଦାସ ସମସ୍ତ ଙ୍କୁ ନିୟମିତ ଭାବେ ଯୋଗ କରିବା ସହ ଶରୀର କୁ ସୁସ୍ଥ ରଖିବା ପାଇଁ ସପଥ କରାଇଥିଲେ।

କୋଇଡା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ

Related posts

ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ଦଲକି ଛକ ନିକଟ ରେ ଟ୍ରକ ଓ ହାଇୱା ଡମ୍ଫର ଆମନା ସାମନା 

Sunil Chandra Nayak

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

masiha

ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଗଲା କୃତିମ କେଶ

Sunil Chandra Nayak

Leave a Comment

error: Content is protected !!