ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ଭାରତୀୟ ଓଡ଼ିଶା ପର୍ଵତାରୋହଣ ଶିବିର ଉଦଯାପିତ

ସର୍ବ ଭାରତୀୟ ଓଡ଼ିଶା ପର୍ଵତାରୋହଣ ଶିବିର ଉଦଯାପିତ

ଜୁନାଗଡ଼ ,୬/୧୦(ମ ନି ସ): ଜୁନାଗଡ଼ବ୍ଲକ ଅନ୍ତର୍ଗତ କୁରୁଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଦ୍ଵିତୀୟ ସର୍ବଭାରତୀୟ ଓଡ଼ିଶା ପର୍ବତାରୋହଣ ଶିବିର ଆଜି ଉଦଯାପିତ ହୋଇଥିଲା । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେଓଡିଶା ଏନସିସି ନିର୍ଦ୍ଦେଶାଳୟର ଡେପୁଟି ଡ଼ାଇରେକ୍ଟର ଜେନେରାଲ କମାଣ୍ଡର ଜେ. ସୁରେଶ, ସମ୍ମାନୀତ ଅତିଥି ଭାବେ ଓଡିଶା ଏନସିସି ନିର୍ଦ୍ଦେଶାଳୟର ଅଧିକାରୀ କର୍ଣ୍ଣଲ ମନୀଷ ଡୋଗ୍ରା, ସମ୍ବଲପୁର ଏନସିସି ମୁଖ୍ୟାଳୟର ଅଧିକାରୀ କର୍ଣ୍ଣଲ ଏମ.ଏନ ରାଜେନ୍ଦ୍ର ନାଥ, କୁରୁଗୁଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ସଭା ପରେ କୁରୁଗୁଡା ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଧ୍ୟରାତ୍ରୀ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖେଳ ଶିକ୍ଷକ ବିଜୟ ଛାତ୍ରୀଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ,ଏହି କାର୍ଯ୍ୟକ୍ରମକୁ ଏନସିସି ଗ୍ରୁପ୍ ମୁଖ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଶିବିର ରେ ସର୍ବଭାରତୀୟ ସ୍ତରରୁ ୧୫ ଟି ରାଜ୍ୟ ଯଥା ଏଥିରେ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ, ପଞ୍ଜାବ, ହରିଆଣା, ମେଘାଲୟ, ତ୍ରିପୁରା, ମିଜୋରାମ,ବମଣିପୁର, ଆରୁଣାଚଲପ୍ରଦେଶ ର ୫୫୦ ରୁ ଅଧିକ ଏନ୍.ସି.ସି କ୍ୟାଡେଟ୍ସ୍ ଓ ଅଧିକାରୀ ମାନେ ଭାଗ ନେଇଥିଲେ। ଏହି ଶିବିର ଦ୍ଵାରା କଳାହାଣ୍ଡି ଓ ବଳାଙ୍ଗିର ଜିଲ୍ଲା ର ପ୍ରାକୃତିକ ବନାନୀ ଓ ଐତିହ୍ୟ ପୀଠ କୁ ସର୍ବଭାରତୀୟ ସ୍ତର ରେ ଲୋକାଲୋଚନ କୁ ଆଣିବାକୁ ପ୍ରୟାସ୍ କରାଯାଥିଲା ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ରେ ପାଠ ପଢ଼ାଇଲେ ତହସିଲଦାର

Sunil Chandra Nayak

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ 

Sunil Chandra Nayak

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

masiha

Leave a Comment

error: Content is protected !!